ଭାରତରେ କିଲର କରୋନା ନେଲା ଆଉ ଏକ ମୁଣ୍ଡ : ମୃତ୍ୟୁ ସଂଖ୍ୟା ହେଲା ୬

An Independent Media

ପାଟଣା: ବିହାର ପାଟନା ରେ ଏମ୍ସ ରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ । ଏହା ବିହାରର ପ୍ରଥମ  କରୋନା ଆକ୍ରାନ୍ତ ମୃତ୍ୟୁ ବୋଲି ସୂଚନା ମିଳିଛି । ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି । ପ୍ରଥମେ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେ ବିହାର ରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରାଯାଇଛି । ପାଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ କତାରରୁ ଭାରତ ଫେରିଥିଲେ । ତେବେ ଭାରତ ଫେରିବା ପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ପାଟଣା ସ୍ଥିତ ଏମ୍ସ ରେ ଭର୍ତି କରାଯାଇଥିଲା । ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ଏହା ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପାଠ ଯାଇଥିଲା । ପରୀକ୍ଷା ରିପୋର୍ଟ ଆଜି ଆସିବା ପରେ ବ୍ୟକ୍ତି ଜଣକ  କରୋନା ପଜିଟିଭ୍ ଥିବା ନେଇ ସ୍ପଷ୍ଟ ହୋଇଯାଇଛି। ମୃତ ଯୁବକ ଜଣଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି।

error: Thank You Keep Visiting