କିଲର କରୋନା; ମହାରାଷ୍ଟ୍ରରେ ନେଲା ଆଉ ଏକ ଜୀବନ
ମହାରାଷ୍ଟ୍ର: ମହାରାଷ୍ଟ୍ର ରେ ଦିନକୁ ଦିନ ଅନିୟନ୍ତ୍ରିତ ହେଉଛି ମହାମାରୀ କରୋନା । ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୦ ରୁ ଉର୍ଦ୍ଧ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜଣାପଡିଛି।ସେଇଭଳି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ମୃତ୍ୟୁ ସହ ମହାରାଷ୍ଟ୍ର ରେ ମୃତକଙ୍କ ସଂଖ୍ୟା ୨ ରେ ପହଞ୍ଚିଛି । ସେଇଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି ।