କେନ୍ଦ୍ର ସରକାର ସାନିଟାଇଜର ଓ ସର୍ଜିକାଲ ମାସ୍କର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି

An Independent Media

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଆଉ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସାନିଟାଇଜର ଓ ଫେସ ମାସ୍କର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି ।
ଏକ ୨୦୦ ମିଲି ସାନିଟାଇଜର ବୋତଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ଥ୍ରୀପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ ଓ ଟୁ-ପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୮ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହୋଇଛି ।

error: Thank You Keep Visiting