ରାଜ୍ୟ ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶନାମା: କର୍ମଚାରୀ ସର୍ବଦା ପ୍ରସ୍ତୁତ ରହିବେ
ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୨୨ତାରିଖ ସକାଳ ୭ଟାରୁ ମାର୍ଚ୍ଚ ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ତେଣୁ କ୍ରିଟିକାଲ ବର୍ଗରେ ଥିବା ୬ଟି ବିଭାଗ ଯଥା ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସଆରସି ଓ ଓସଡମାର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ ଅଫିସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ବିଭାଗର ସଚିବମାନେ ସେମାନଙ୍କ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଉଦ୍ୟୋଗ ସମ୍ପର୍କରେ ନିଷ୍ପତ୍ତି ନେବେ।ଏସବୁ ବିଭାଗର ଅଫିସର ଓ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ କିନ୍ତୁ ସ୍ୱଳ୍ପ ବ୍ୟବଧାନର ନୋଟିସ୍ ମଧ୍ୟରେ ଅଫିସ୍ ଆସିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ସଂଶୋଧିତ ନିର୍ଦ୍ଦେଶାନାମାରେ କୁହାଯାଇଛି।
କରୋନା ମୁକାବିଲା ପାଇଁ ଗତକାଲି ୫ଟି ବିଭାଗକୁ ‘କ୍ରିଟିକାଲ’, ୧୬ଟି ବିଭାଗକୁ ‘ଆଂଶିକ କ୍ରିଟିକାଲ’ ଓ ୧୮ଟି ବିଭାଗକୁ ‘ଅଣକ୍ରିଟିକାଲ’ ଭାବେ ବର୍ଗୀକୃତ କରି ସେସବୁ ବିଭାଗର ଅଫିସର ଓ କର୍ମଚାରୀଙ୍କ ଦାୟିତ୍ୱ ବଣ୍ଟନ କରିଥିବା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଜି ସଂଶୋଧିତ ନିର୍ଦ୍ଦେଶାନାମା ଜାରି କରି କିଟ୍ରିକାଲ ବର୍ଗରେ ୬ଟି ବିଭାଗକୁ ରଖିଥିବାବେଳେ ଆଂଶିକ କ୍ରିଟିକାଲ ବର୍ଗରେ ୯ଟି ବିଭାଗକୁ ସାମିଲ କରିଛି। ଅନ୍ୟ ୨୫ଟି ବିଭାଗକୁ ଅଣକ୍ରିଟିକାଲ ବର୍ଗରେ ରାଜ୍ୟ ସରକାର ସାମିଲ କରିଛନ୍ତି।