କରୋନା ମୁକାବିଲା ପାଇଁ ଘରୋଇ ଔଷଧ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର

An Independent Media

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଘରୋଇ ଔଷଧ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଶନିବାର ୧୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଟଙ୍କାରେ ଦେଶରେ ସକ୍ରିୟ ଫାର୍ମାସ୍ୟୁଟିକାଲ ସାମଗ୍ରୀ ଉତ୍ପାଦନ ହେବା ପାଇଁ ପ୍ରୋତ୍ସାହନ ମିଳିବ । ଏହି ନିଷ୍ପତ୍ତି ଦ୍ୱାରା ଚୀନରୁ ଆମଦାନୀ ହେଉଥିବା ଜିନିଷ ମଧ୍ୟ କମ ହୋଇଯିବ । କରୋନା ଭାଇରସ ପ୍ରକୋପ ଦ୍ୱାରା ଭାରତରେ ଖୁଚୁରା ଔଷଧ ଓ ଏପିଆଇ ଆମାଦାନୀ ସଂପୂର୍ଣ୍ଣ ଭାବେ କଟକଣା ଜାରି ହୋଇଛି । କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବଲ୍କ ଇଗ୍ସ ଓ ଏପିଆଇର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ୪ଟି ଯୋଜନା ଆରମ୍ଭ କରାଯିବ । ପ୍ରଥମ ଯୋଜନା ଅନୁସାରେ ସରକାର ୧୦୦୦ କୋଟି ଟଙ୍କା ଦେବେ । ଯେଉଁ ରାଜ୍ୟ ଖୁଚୁରା ଔଷଧ ଯୋଗାଇବାକୁ ପ୍ରସ୍ତୁତ ହେବ, ଏହି ଟଙ୍କା ତାକୁ ମିଳିପାରିବ । ରାଜ୍ୟ ସରକାର ଏଭଳି ପାର୍କ ପାଇଁ ୧୦୦୦ ଏକର ଜମି ପ୍ରଦାନ କରିବାକୁ ପଡ଼ିବ ।  ଏହି ଯୋଜନା ୪ ବର୍ଷ ପାଇଁ । ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ୨୦ ପ୍ରତିଶତ ପ୍ରୋତ୍ସାହନ ପ୍ରଦାନ କରାଯିବ । ଦେଶରେ ମେଡିକାଲ ଡିଭାଇସ ପାର୍କକୁ ରାଜ୍ୟମାନଙ୍କ ସହିତ ମିଶି ପ୍ରୋସାହିତ କରାଯିବ । ଏଥିପାଇଁ ରାଜ୍ୟକୁ ପ୍ରତ୍ୟେକ ପାର୍କ ପାଇଁ ଅନୁଦାନ ଭାବେ ସର୍ବାଧିକ ୧୦୦ କୋଟି ଟଙ୍କା ଦିଆଯିବ । କମ୍ପାନୀ ଦ୍ୱାରା ଚିକିତ୍ସା ଉପକରଣଗୁଡ଼ିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୩ ହଜାର ୪୨୦ କୋଟି ଟଙ୍କା ବଜେଟରେ ନିର୍ଦ୍ଧାରଣ କରାଯାଇଛି । 

error: Thank You Keep Visiting