ମିନିମମ୍ ବାଲାନ୍ସ ନଥିଲେ ବ୍ୟାଙ୍କ ପକ୍ଷରୁ ଲାଗିବନି ଚାର୍ଜେସ: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇଲେ ଏଥିପାଇଁ ଦେବାକୁ ପଡିବନି କୌଣସି ଅର୍ଥ, ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ନିୟମ ଆଗାମୀ ୩ ମାସ ପର୍ଯ୍ୟନ୍ତ ଲାଗୁ ରହିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ନଥିଲେ ବ୍ୟାଙ୍କ ପକ୍ଷରୁ କିଛି ଅର୍ଥ ଜୋରିମାନା ବାବଦରେ କଟା ଯାଉଥିଲା ଏହି ନିୟମକୁ ମଧ୍ୟ ବର୍ତ୍ତମାନ ସାମୟିକ ଭାବେ ବନ୍ଦ କରିଛନ୍ତି କେନ୍ଦ୍ର ସରକାର ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଥିବା ଜଣାପଡିଛି।