ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଆହାର କେନ୍ଦ୍ର। ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି।