କାରୋନା ଭୟ ଭିତରେ ଚାଇନାରେ ପୁଣି ଡରେଇଲା ହନ୍ତା ଭାଇରସ

An Independent Media

ବେଜିଂ: ପୁଣି ଗୋଟିଏ ଭାଇରସକୁ ନେଇ ଚିନ୍ତାରେ ପଡ଼ିଛି ପୂରା ବିଶ୍ୱ। ଯେଉଁ ଚାଇନାରୁ କରୋନା ଭାଇରସ ସୃଷ୍ଟି ହୋଇ ସାରା ବିଶ୍ୱରେ ତାଣ୍ଡ ରଚିଛି, ସେଠାରେ ଏବେ ହନ୍ତା ନାମରେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କର ପରୀକ୍ଷା କରାଯାଇଛି।ଚାଇନାର ଗ୍ଲୋବାଲ ଟାଇମ୍ସ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, ୟୁନ୍ନାନ ପ୍ରଦେଶର ଜଣେ ବ୍ୟକ୍ତି ବସ୍‌ରେ କିଛି କାମ ପାଇଁ ଶାନଡୋଙ୍ଗ ପ୍ରଦେଶକୁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ବସ୍‌ରେ ଥିବା ଅନ୍ୟ ୩୨ ଜଣ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେମାନଙ୍କର ପରୀକ୍ଷା ନୀରିକ୍ଷା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭାଇରସ ବ୍ୟାପିବା ନେଇ ଆତଙ୍କ ଖେଳି ଯାଇଛି। ସେମାନ ଟ୍ୱିଟ କରି ଭୟଭୀତ ଥିବା କହିଛନ୍ତି। ସେହିପରି ଏହି ହନ୍ତା ଭାଇରସ କରୋନା ଭଳି ମହାମାରୀ ରୂପ ନେବ ନି ତ ବୋଲି ସେମାନେ ଆଶଙ୍କା କରିଛନ୍ତି।

error: Thank You Keep Visiting