ସାମାଜିକ ଦୂରତ୍ୱ ଓ କ୍ୱାରେଣ୍ଟାଇନ୍‌ ନିୟମକୁ କଡ଼ାକଡ଼ି ପାଳନ କଲେ ଭାରତରୁ କରୋନା ହ୍ରାସ ପାଇପାରିବ

An Independent Media

ନୂଆଦିଲ୍ଲୀ:  ଆଇସିଏମଆର ପକ୍ଷରୁ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଭାରତରେ କୋଭିଡ୍‌-୧୯ ପ୍ରାୟ ୬୨% ହ୍ରାସ ପାଇପାରିବ। ହେଲେ ଏଥିପାଇଁ ଲୋକଙ୍କୁ ସାମାଜିକ ଦୂରତ୍ୱ ଓ କ୍ୱାରେଣ୍ଟାଇନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ସାରା ବିଶ୍ୱ ଓ ଭାରତରେ ବିପଦ ସୃଷ୍ଟି କରିଥିବା ମହାମାରୀ କରୋନା ସଂକ୍ରମଣକୁ କେମିତି ରୋକା ଯାଇପାରିବ, ତା’ର ତଥ୍ୟ ଆଇସିଏମଆର ସର୍ଭେରୁ ସାମ୍ନାକୁ ଆସିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ ପାଇଯିବ। ଆଉ ଏହି କାମଟି ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିସଷ୍ଟାସିଂ। ଆଇସିଏମଆରର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମଆର ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଭିନ୍ନ ବିଶେଷଜ୍ଞମାନେ ମଧ୍ୟ ସାମାଜିକ ଦୂରୂତ୍ୱ ହିଁ କରୋନା ସଂକ୍ରମଣକୁ ରୋକିବାର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ଦେଇଥିଲେ।

error: Thank You Keep Visiting