କରୋନାର ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡି ଉପରେ: ୪୬୭ ଟଙ୍କା ଆଦାୟ
ପୁରୀ: କରୋନା ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡି ଉପରେ ବି ପଡିଛି। ଯାହା କେବେ ଘଟି ନଥିଲା ତାହା ଆଜି ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ହୁଣ୍ଡିଦାନ ଆଜି ୫ଶହ ଟଙ୍କା ତଳକୁ ଖସିଯାଇଛି। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଦାନ ଆକାରରେ ମିଳୁଥିଲା ସେଠି ଗତ କାଲି ୪୬୭ ଟଙ୍କା ହୁଣ୍ଡିରୁ ମିଳିଛି। ଯେବେଠୁ କରୋନା କଟକଣା ଲାଗୁ ହେଲାଣି ସେବେଠୁ ଆଜି ପର୍ଯ୍ୟନ୍ତ ହଜାର ଟଙ୍କା ତଳକୁ ଖସି ନଥିଲା ଦାନ ଅର୍ଥ।