ସାରା ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୧୭ ହଜାର ପାର

An Independent Media

ରୋମ :  ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷର ନିକଟବର୍ତ୍ତୀ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

ଇଟାଲୀରେ ଗତ ୨୪ ଘଣ୍ଟାରେ ୬୦୨ ଜଣଙ୍କ ଜୀବନ ଯିବାରୁ ଏଠାରେ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚି ଯାଇଛି। ସ୍ପେନରେ ମଧ୍ୟ ୨୪ ଘଣ୍ଟାରେ ୩୮୫ ଜଣ ପ୍ରାଣ ହରାଇବାରୁ ଏଠାରେ ମୃତ୍ୟୁସଂଖ୍ୟା ୨୬୯୬ ଛୁଇଁଛି। ଇରାନରେ ୧୨୨ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୯୩୪ ରହିଛି।

error: Thank You Keep Visiting