ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଲା
ଇସ୍ଲାମାବାଦ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ବାଦ ପଡିନି ପାକିସ୍ତାନ । ଦିନକୁ ଦିନ ପାକିସ୍ତାନରେ ନିଜର ପ୍ରକୋପ ବଢାଉଛି କାରୋନା । ମଙ୍ଗଳବାର ସୁଦ୍ଧା ପାକିସ୍ତାନରେ କରୋନା ଭାଇରସ୍ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ଟପିଛି। ଏହାକୁ ରୋକିବା ପାଇଁ ସରକାର ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ ରେଳସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।