କାରୋନା ସମ୍ପର୍କରେ ମିଡ଼ିଆ ପ୍ରତିନିଧିମାନଙ୍କ ମତାମତ ଲୋଡିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : (ସୌଜନ୍ୟ- ଦୂରଦର୍ଶନ ) କରୋନା ଭାଇରସ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ପ୍ରିଣ୍ଟ ମିଡ଼ିଆ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପ୍ରତିନିଧିମାନଙ୍କ ସହ ଏ ନେଇ ଆଲୋଚନା କରିଥିଲେ। କରୋନା ଭାଇରସର ମୁକାବିଲା ପାଇଁ ଅଧିକ ଜନ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଜାତୀୟ ସୂଚନା କେନ୍ଦ୍ର – ଏନ୍ଆଇସି କାର୍ଯ୍ୟାଳୟରେ ସମ୍ପୃକ୍ତ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧିମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ। ଆଲୋଚନା ଅବସରରେ କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପରାମର୍ଶ ଲୋଡ଼ିଥିଲେ।