ଏଣିକି ବଢିବ ତାତି, ଆଉ ନହିଁ ବର୍ଷା ସମ୍ଭାବନା

An Independent Media

ଭୁବନେଶ୍ୱର: ସରିଲା ବର୍ଷା । ଏଣିକି ଆରମ୍ଭ ହେବ ତାତି । ୨୭ ଓ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି କିନ୍ତୁ ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଗତକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଥିଲା । ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗରମ ବଢ଼ିବ । ସାଧାରଣ ଭାବେ ପ୍ରଥମେ ଉତ୍ତରପଶ୍ଚିମ ଭାରତରେ ତାପମାତ୍ରା ବଢ଼ିଥାଏ। କ୍ରମଶଃ କେନ୍ଦ୍ରୀୟ ଭାରତ, ଉତ୍ତର ଭାରତ ଦେଇ ଓଡ଼ିଶାକୁ ଗରମ ପବନ ବହିଥାଏ। ବର୍ତ୍ତମାନ ଆକଳନ କରାଯାଉଛି ଯେ ଓଡ଼ିଶା ସମେତ ପୂର୍ବ ଭାରତ ଓ ଆଭ୍ୟନ୍ତରୀଣ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆଭ୍ୟନ୍ତରୀଣ ମହାରାଷ୍ଟ୍ର ଓ ଛତିଶଗଡ଼ରେ ତାପମାତ୍ରା ପ୍ରଥମେ ବଢ଼ିବ । ଏହାପରେ କ୍ରମଶଃ ଉତ୍ତର ଓ ପଶ୍ଚିମ ଆଡ଼େ ବ୍ୟାପିବ । ତେବେ ଆଜିଠାରୁ ରାଜ୍ୟରେ ଆସନ୍ତା କିଛି ଦିନ ରାତିର ତାପମାତ୍ରା ବଢ଼ିବ ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଲେ ମଧ୍ୟ ଆସନ୍ତା କିଛି ଦିନ ତାତି ଗତ ବର୍ଷ ତୁଳନାରେ କମ ରହିବ ।
ଆସନ୍ତାକାଲିଠାରୁ ଦିନର ତାପମାତ୍ରା କ୍ରମଶଃ ବଢ଼ିବ ଓ ୨୮ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭ରୁ ୩୮ଡିଗ୍ରି ରହିବ । ୩୧ ତାରିଖ ସୁଦ୍ଧା ଏହା ୪୦ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି ।

error: Thank You Keep Visiting