ଗୋଟିଏ ପରିବାରର ୫ ଆକ୍ରାନ୍ତ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨

An Independent Media

ମହାରାଷ୍ଟ୍ର: ବୁଧବାର ମଧ୍ୟାହ୍ନ ସୁଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 550 ଅତିକ୍ରମ କରିସାରି ଥିବା ଜଣାପଡିଛି। କରୋନା ଦ୍ୱାରା ସବୁଠାରୁ ଅଧିକ ମହାରାଷ୍ଟ୍ର ଓ କେରଳ ପ୍ରଭାବିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ପରିବାରର 5 ଜଣଙ୍କ ରକ୍ତ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜଟିଭ ଆସିଥିବା ସୂଚନା ମିଳିଛି। ଗୋଟିଏ ପରିବାରର 5 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ପୂରା ମହାରାଷ୍ଟ୍ରରେ ହଇ ଚଇ ଖେଳିଯାଇଛି। ଏହା ସହ ଏହି 5 ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ 112 ଜଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି।

error: Thank You Keep Visiting