ଦେଶର ଜଣେ ପ୍ରଥମ ସାମ୍ବାଦିକ କରୋନା ସଂକ୍ରମିତ

An Independent Media

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ବୁଧବାର କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଉକ୍ତ ସଂକ୍ରମିତ ରୋଗୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକ । ଉକ୍ତ ସମ୍ବାଦିକଙ୍କ ଝିଅର ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କର ଯାଞ୍ଚ କରାଯାଇଥିଲା। ତେବେ ବୁଧବାର ସମ୍ବାଦିକଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୦ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ନିଜ ପଦରୁ ଇସ୍ତଫା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଓ କଂଗ୍ରେସର ବହୁ ବିଧାୟକଙ୍କ ସମେତ ୨୦୦ ସାମ୍ବାଦିକ ସାମିଲ ହୋଇଥିଲେ। ଉକ୍ତ ସମ୍ମିଳନୀରୁ ଆସିବା ପରେ ଜଣେସମ୍ବାଦିକଙ୍କ ଯାଞ୍ଚ ରିପୋର୍ଟରେ କରୋନା ପଜିଟିଭ୍‌ ମିଳିଥିଲା। ଏହି ଖବର ଜଣାପଡ଼ିବା ପରେ ସେଦିନ ସେଠାରେ ଉପସ୍ଥିତ ଥିବା ସମସ୍ତ ଖବରଦାତାଙ୍କୁ ସୁରକ୍ଷା ଦୃଷ୍ଟିରୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

error: Thank You Keep Visiting