ରାଜ୍ୟରେ ନିଯୁକ୍ତ ହେବେ ନୂତନ ଡାକ୍ତର ଓ ପରାମେଡିକାଲ ଷ୍ଟାଫ

An Independent Media

ଭୁବନେଶ୍ଵର: ‘କରୋନା’ ମୁକାବିଲା ପାଇଁ ରାଜ୍ୟ ସରକାର ନୂତନ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦେଇଛି। ଏଥିରେ ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିଶ୍ରମିକ  ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର ଦୈନିକ ୫ ହଜାର, ମେଡିକାଲ ଅଫିସର ୩ ହଜାର, ଷ୍ଟାଫନର୍ସ, ଲ୍ୟାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡିଓଗ୍ରାଫର ପାଇଁ ଦୈନିକ ୧୦୦୦ ଟଙ୍କା ଏବଂ ଉଭୟ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ ଦୈନିକ ୮୫୦ ଟଙ୍କା ପାରିଶ୍ରମିକ  ପ୍ରଦାନ କରାଯିବ। ଅବସରପ୍ରାପ୍ତ କର୍ମଚାରୀ ବି ପାରାମେଡିକାଲଷ୍ଟାଫ ହେବା ପାଇଁ ଆବେଦନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନରେ ପ୍ରକାଶ କରିଛି। ଅନ୍ୟପକ୍ଷରେ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

Leave a Reply

Your email address will not be published. Required fields are marked *

error: Thank You Keep Visiting