ଆମେରିକାରେ ମାରାତ୍ମକ ରୂପ ନେଉଛି କରୋନା

An Independent Media

ଓ୍ବାଶିଂଟନ: ଚାଇନାରେ ତାଣ୍ଡବ ରଚିବା ପରେ କରୋନା ଇଟାଲି ମୁହାଁ ହୋଇଥିଲା। ଏବେ ଏହାର ନୂଆ ଠିକଣା ଆମେରିକା ପାଲଟିବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ  ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏଠାରେ ୭୦୪ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ନ୍ୟୁୟର୍କରେ ୨୧୦, ଓ୍ବାଶିଂଟନରେ ୧୨୩ ଏବଂ ଲୁସିଆନାରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ୪ଠାରୁ ଏଠାରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରତିଦିନ କରୋନା ସଂକ୍ରମିତଙ୍କ  ସଂଖ୍ୟା ଏଠାରେ ପ୍ରତିଦିନ ୨୩ ପ୍ରତିଶତ ବୃଦ୍ଧି ପାଉଥିଲା। ତେବେ ମାର୍ଚ୍ଚ ୧୮-୧୯ରେ ସଂକ୍ରମିତଙ୍କ ସଂଖ୍ୟାରେ ଦିନ ପିଛା ୫୨ ପ୍ରତିଶତ ବୃଦ୍ଧି ପାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଚାଇନା, ଇଟାଲି ପରି ଏଠାରେ ମଧ୍ୟ କରୋନା ତାଣ୍ଡବ ରଚିବ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ଆମେରିକା ଯୁଦ୍ଧପୋତରେ ୩ ସୈନିକଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି ବୋଲି ଆମେରିକା ନୌସେନାର କାର୍ଯ୍ୟନିର୍ବାହୀ ସଚିବ ଥୋମାସ ମୁଡଲି ସୂଚନା ଦେଇଛନ୍ତି।

error: Thank You Keep Visiting