ପୃଥିବୀ ବନ୍ଦ : ୧୩୦ କୋଟି ଭାରତୀୟଙ୍କ ସମେତ ୨୩୦ କୋଟି ଲୋକ ଘରେ ବନ୍ଦୀ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଦେଶରେ କର୍ଫ୍ୟୁ ଜାରି ହୋଇଥିବାବେଳେ ୩୫ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଫଳରେ ପୃଥିବୀର ୨୩୦ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି। ଲକ୍ ଡାଉନ୍ ଘୋଷଣା ଯୋଗୁ ୩୫ ଦେଶରେ ୧୯୫.୯ କୋଟି ଲୋକ ଘରେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୧୩୦ କୋଟି ଲୋକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘରେ ବନ୍ଦ ହୋଇ ରହିଛନ୍ତି।