ଗରିବ ଜନତାଙ୍କ ପାଇଁ ମୋଦୀ ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୋଦି ସରକାର।
- ଗରିବ ଓ ଦିନ ମୁଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା।
- ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଯୋଦ୍ଧା ନାଁ ଦିଆଯାଇଛି। ସେମାନଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା କରାଯାଇଛି। ଏହାର ଫାଇଦା ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ , ଆଶାକର୍ମୀ ଓ ସଫେଇ କର୍ମଚାରୀ ପାଇବେ।
- ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ପରିବାରରେ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ ଓ ଗହମ ମିଳିବ। ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ।
- ଗିରବ ଓ ଦିନ ମୁଜୁରିଆଙ୍କ ଖାତାକୁ ସିଧା ଟଙ୍କା ଟ୍ରାନ୍ସଫର କରାଯିବ।
- ଯେଉଁ ଚାଷୀମାନେ ପିଏ କିଷାନ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏ ପାଉଛନ୍ତି, ସେମାନଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏ ମିଳିବ।
- ଏମଜିନରେଗା ଅଧୀନରେ ଶ୍ରମିକଙ୍କୁ ପ୍ରତିଦିନ ୨୦୨ ଟଙ୍କା ମିଳିବ। ପୂର୍ବରୁ ଏହା ୧୮୫ ଟଙ୍କା ଥିଲା।
- ବିଧବା, ଗିରବ ବିଧବା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ କ୍ଷତି ପୂରଣ ଭାବେ ଭତ୍ତା ସହ ଦୁଇଟି କିସ୍ତିରେ ୧ ହଜାର ଟଙ୍କା ମିଳିବ।
- ଆସନ୍ତା ୩ ମାସ ଯାଏ ମହିଳାମାନଙ୍କୁ ଜନ ଧନ ଯୋଜନାରେ ମାସିକ ୫ ଟଙ୍କା ଲେଖାଏ ମିଳିବ।
- ଉଜ୍ଜ୍ୱଳା ଯୋଜନାରେ ପଞ୍ଜିକୃତ କରିଥିବା ସମସ୍ତଙ୍କୁ ୩ ମାସ ଯାଏ ମାଗଣା ଗ୍ୟାସ ସିଲିଣ୍ଡର ମିଳିବ।
- ଦୀନ ଦୟାଲ ଯୋଜନାରେ ଥିବା ମହିଳା ଏସଏଚଜି ଗ୍ରୁପକୁ ୨୦ ଲକ୍ଷ ଟଙ୍କା ଯାଏ ଋଣ ମିଳିବ।
- ଯେଉଁ କମ୍ପାନୀ ଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ୧୦୦ ମଧ୍ୟରେ ଥିବ ଓ କମ୍ପାନୀର ୯୦% କର୍ମଚାରୀ ୧୫ ହଜାର ଟଙ୍କାରୁ କମ ଦରମା ପାଉଥିବେ, ସେମାନଙ୍କ ଇପିଏଫ ଜମା ସରକାର ଭରଣା କରିବେ।
- ନିର୍ମାଣ ଶ୍ରମିକଙ୍କୁ ଅର୍ଥ ଦେବା ପାଇଁ ରାଜ୍ୟ ସରକାରମାନେ ୩୧,୦୦୦ କୋଟି ଟଙ୍କାର ଡିଏମଏଫ ବ୍ୟବହାର କରିବେ।
- ଏହି ଫଣ୍ଡ ଜରିଆରେ ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା ମଧ୍ୟ କରିପାରିବେ।