ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ପଜିଟିଭ୍‍, ୨ ସୁସ୍ଥ, ୧ ମୃତ

An Independent Media

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୪୨ରେ ପହଞ୍ଚିଛି । ଏବେ ରାଜ୍ୟର ସାତୋଟି ଜିଲ୍ଲାରେ କରୋନା ଭୂତାଣୁର ପ୍ରଭାବ ଦେଖିବାକୁ ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସୁଦ୍ଧା ମୋଟ ୨୪୪୧ଟି ନମୁନା ପରୀକ୍ଷା କରାଯାଇଛି। ମଙ୍ଗଳବାର ଦିନ ଆରଏମଆରସିରେ ୧୫୦, ଏମ୍‍ସରେ ୪୧ ଓ କଟକ ଏସସିବିରେ ୬୦ଟି ମୋଟ ୨୫୧ଟି ନମୁନା ପରୀକ୍ଷା କରାଯାଇଛି।
ସେଥିମଧ୍ୟରୁ ୪୨ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି।

error: Thank You Keep Visiting