ଡବ୍ଲ୍ୟୁଏଚଓ ବିରୋଧରେ ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ

An Independent Media

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଡବ୍ଲ୍ୟୁଏଚଓ କେବଳ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ପକ୍ଷପାତିତା କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। 
ଟ୍ରମ୍ପ କହିଛନ୍ତି, ଡବ୍ଲ୍ୟୁଏଚଓକୁ ଆମେରିକାଠାରୁ ବଡ଼ ପରିମାଣର ଅର୍ଥ ମିଳୁଛି। ମୁଁ ଚୀନ ଯାତ୍ରା ଉପରେ ନିଷେଦ୍ଧାଦେଶ ଲାଗୁ କରିବା ପରେ ଡବ୍ଲ୍ୟୁଏଚଓ ମୋ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ମୋର ସମାଲୋଚନା କରିଥିଲା। ଏକାଧିକ ପ୍ରସଙ୍ଗରେ ଏହି ସଂଗଠନ ଭୁଲ ନିଷ୍ପତ୍ତି ନେଇଥିଲା। ଏଭଳି ଲାଗୁଛି ଯେ ଚୀନ ଉପରେ ତାଙ୍କର(ଡବ୍ଲ୍ୟୁଏଚଓ) ଅଧିକ ଧ୍ୟାନ ରହିଛି। ଆମେରିକା ଡବ୍ଲ୍ୟୁଏଚଓ ଉପରେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ଉପରେ ରୋକ୍‌ ଲଗାଇବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି।

error: Thank You Keep Visiting