ଏପ୍ରିଲ ୯ରେ କରୋନା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ବୈଠକ

An Independent Media

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଦେଖାଯାଇଥିବା କରୋନା ମହାମାରୀ ସମ୍ପର୍କରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ବୈଠକ ଡକାଇଛନ୍ତି। ଏପ୍ର୍ରିଲ ୯ (ଗୁରୁବାର) ଭାରତୀୟ ସମୟ ଅପରାହ୍ଣ ୩ଟାରେ ଏହି ବୈଠକ ହେବା ଲାଗି ସମୟ ଧାର୍ଯ୍ୟ ହୋଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କ ସଂକ୍ଷିପ୍ତ ଭାଷଣ ପରେ ଏହି ଆଲୋଚନା ଆରମ୍ଭ ହେବ। ପୂର୍ବରୁ କରୋନା ପ୍ରସଙ୍ଗରେ ଆଲୋଚନା ପାଇଁ ସୁରକ୍ଷା ପରିଷଦର ବୈଠକ ଡକାଯାଇଥିବାବେଳେ ଚୀନ ଏହାକୁ ବାତିଲ କରିଦେଇଥିଲା। ରୁଷିଆ ଓ ଦକ୍ଷିଣ ଆଫ୍ରିକାର ସମର୍ଥନ କ୍ରମେ ଚୀନ ବୈଠକକୁ ବାତିଲ କରିଥିଲା। କରୋନା ଭୂତାଣୁର ସୃଷ୍ଟିକର୍ତ୍ତା ଭାବେ ସମଗ୍ର ବିଶ୍ୱବାସୀ ଚୀନକୁ ଦାୟୀ କରୁଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବେଜିଂର ପକ୍ଷ ନେଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଡବ୍ଲ୍ୟୁଏଚଓ ଆମେରିକାକୁ ଭୁଲ୍‍ ସୂଚନା ଦେଇଥିଲା। ଚୀନର ପକ୍ଷ ନେଇ ଡବ୍ଲ୍ୟୁଏଚଓ ଭୁଲ୍‍ ତଥ୍ୟ ଦେଇଥିଲା। ଫଳରେ ଚୀନ ପାଇଁ ଆମେରିକା ଏହାର ସୀମାକୁ ଉନ୍ମୁକ୍ତ କରିଦେଇଥିଲା। ସୀମା ଉନ୍ମୁକ୍ତ ଦ୍ୱାରା ଚୀନ ଓ ଆମେରିକା ମଧ୍ୟରେ ନାଗରିକଙ୍କ ଆତଯାତ ହୋଇଥିଲା। ଏହି ଆତଯାତ ଯୋଗୁଁ ଆମେରିକା ଆଜି କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଡବ୍ଲ୍ୟୁଏଚଓ ଚୀନର ପକ୍ଷ ନେଇ କାହିଁକି ଏପରି ଭୁଲ୍‍ ସୂଚନା ଦେଇଥିଲେ ତାର କାରଣ ମଧ୍ୟ ଟ୍ରମ୍ପ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୭ ମେ’ରେ ଡବ୍ଲ୍ୟୁଏଚଓର ମହାନିର୍ଦେଶକ ଭାବେ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‍ ନିର୍ବାଚିତ ହୋଇଥିଲେ। ଚୀନର ସମର୍ଥନରେ ଟେଡ୍ରୋସ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ଆମେରିକା ଟେଡ୍ରୋସଙ୍କୁ ବିରୋଧ ପୂର୍ବକ ଡାକ୍ତର ଡାଭିଡ ନାବାରୋଙ୍କୁ ସମର୍ଥନ କରିଥିଲା। ଡାଭିଡ ନାବାରୋ ବ୍ରିଟେନରୁ ପ୍ରାର୍ଥୀ ହୋଇଥିଲେ।

error: Thank You Keep Visiting