ଫେସବୁକ ଏକାଉଣ୍ଟ ଜରିଆରେ ଲୁଟ

An Independent Media

ସୁନ୍ଦରଗଡ଼: ଦିନକୁ ଦିନ ସାଇବର କ୍ରାଇମ ବଢ଼ିବାରେ ଲାଗିଛି। ପୁଲିସ କେବଳ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି କହୁଥିବା ବେଳେ ମାମଲା ଗୁଡ଼ିକର ଆଶାନୁରୂପ ଅଗ୍ରଗତି ହେଉନଥିବାରୁ ଏହି କ୍ରାଇମ କରୁଥିବା ଦୁବୁର୍ତ୍ତମାନଙ୍କ ମନୋବଳ ବଢ଼ିଚାଲିଛି। ଏହିକ୍ରମରେ ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଧରଣର ଅପରାଧ ବଢ଼ି ଚାଲିଛି। କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟିକାଙ୍କ ସ୍ୱାମୀ ଅଜୟ ପଟେଲଙ୍କ ନାମରେ କେହି ଦୁବୁର୍ତ୍ତ ଜାଲ ଫେସବୁକ ଏକାଉଣ୍ଟ ଖୋଲି ବେଶ କିଛି ଟଙ୍କା ତାଙ୍କ ବନ୍ଧୁବାନ୍ଧବ ଓ ସମର୍ଥକଙ୍କଠାରୁ ଆଦାୟ କରିବାରେ ସକ୍ଷମ ହୋଇଥିବା ବେଳେ ଏ ସଂପର୍କରେ ଶ୍ରୀ ପଟେଲ ଥାନାରେ ଏତଲା ଦେବାରୁ ତଦନ୍ତ ଜାରି ରହିଥିବା ବେଳେ ଏବେ ପୁଣି ରାଜ୍ୟ ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ତଥା ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ମଧ୍ୟ ସମଦଶାରେ ପଡ଼ିଯାଇଛନ୍ତି। ତାଙ୍କ ନାମରେ କେହି ଦୁବୁର୍ତ୍ତ ଜାଲ ଫେସବୁକ ଏକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଜାଣିବା ପରେ ଶ୍ରୀ ତ୍ରିପାଠୀ ଟାଉନ ଥାନାରେ ଏ ସଂପର୍କରେ ଏକ ଏତଲା ଦେଇଛନ୍ତି। ଟାଉନ ପୁଲିସ ଠକେଇ ସମେତ ଆଇ.ଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବାର ଜଣାପଡ଼ିଛି। ଅଜୟ ପଟେଲଙ୍କ ଅଭିଯୋଗ ଓ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗରେ ସମାନତା ରହିଥିବାରୁ ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏ ଧରଣର ଅପରାଧ ଚଳାଇଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏସ.ପି ସୁଶ୍ରୀ ନାଥ ବଢ଼ୁଥିବା ଏହି ଅପରାଧ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

error: Thank You Keep Visiting