ଜୋରିମାନା ଦେବେ ଯୋଗଗୁରୁ
ନୂଆଦିଲ୍ଲୀ: ଆପଣଙ୍କର ମନେ ଥିବ କିଛି ଦିନ ତଳେ ବାବା ରାମଦେବଙ୍କ ଆୟୁର୍ବେଦ ଔଷଧ ତିଆରିକାରୀ ସଂସ୍ଥା ପତଞ୍ଜଳି କରୋନା ଭାଇରସ୍ର ପ୍ରତିଷେଧକ ଔଷଧ କରୋନିଲ୍ ବାହାର କରିଛି ବୋଲି ଦାବି କରିଥିଲା। ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗରେ ମାଦ୍ରାସ ହାଇକୋର୍ଟ ପତଞ୍ଜଳି ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।
୧୦୪ ପୃଷ୍ଠାର ଏକ ଅର୍ଡର ଜାରି କରି ଅଦାଲତ କହିଛନ୍ତି ଯେ ପତଞ୍ଜଳି ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଳାଭ ଉଠାଇଛି। ଥଣ୍ଡା, କାଶ ଏବଂ ଜ୍ବରକୁ ଭଲ କରୁଥିବା ଏକ ଔଷଧକୁ ଉପସ୍ଥାପନ କରି କମ୍ପାନି କରୋନା ଭାଇରସ୍ର ପ୍ରତିଷେଧକ ବୋଲି କହି ଲୋକଙ୍କୁ ଠକିବାର ଉଦ୍ୟମ କରିଥିଲା ବୋଲି କୋର୍ଟ ଜଣାଇଛନ୍ତି।