ନୃଶଂସ ପୁଅର ଉନ୍ମୁକ୍ତ କାଣ୍ଡ; ମା’କୁ ଜୀଅନ୍ତା ଜାଳିଦେଲା ପୁଅ

Straight to the Point

ପାଟଣାଗଡ଼: ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର ରାଡବାହାଲ ଗ୍ରାମରେ । ଘରେ କୌଣସି ସମସ୍ୟାକୁ ନେଇ କଳିଝଗଡ଼ା ହେବାରୁ ପୁଅ ନିଜର ମା’କୁ ଜୀବନ୍ତ ପୋଡ଼ି ହତ୍ୟା କରିଛି । ହତ୍ୟାର ଶିକାର ହୋଇଛନ୍ତି ୭୫ ବର୍ଷୀୟା ଅଶାବତୀ କର୍ସେନ । ଘଟଣା ପରେ ଅଭିଯୁକ୍ତ ପୁଅ ସନ୍ତୋଷ କର୍ସେନ ଫେରାର ହୋଇଯାଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମା’ ଅଶାବତୀ ଏବଂ ବାପା ରୁଷି କର୍ସେନଙ୍କ ସହିତ ସନ୍ତୋଷଙ୍କର ପାଟିତୁଣ୍ଡ ହୋଇଥିଲା । ଘଟଣାର ସମାଧାନ ଲାଗି ଗାଁ ଲୋକଙ୍କୁ ଡକାଇବାକୁ ଅଶାବତୀ ସ୍ୱାମୀ ରୁଷିଙ୍କୁ କହିଥିଲେ । ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ରୁଷି ଗାଁ ଲୋକଙ୍କୁ ଡାକିବାକୁ ଯାଇଥିବାବେଳେ ଅଶାବତୀ ଖଟ ଉପରେ ଶୋଇଥିଲେ । ଏହି ସମୟରେ ସନ୍ତୋଷ ଶୋଇଥିବା ଅବସ୍ଥାରେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଖବର ପାଇ ଗାଁ ଲୋକେ ପହଞ୍ଚିଥିଲେ । କିନ୍ତୁ ସନ୍ତୋଷ ଘର ଆଗରେ ଠେଙ୍ଗା ଧରି ଛିଡ଼ା ହୋଇଥିବାରୁ କେହି ତାଙ୍କ ନିକଟକୁ ଯିବାକୁ ସାହସ କରି ନ ଥିଲେ । ଫଳରେ ଅଶାବତୀ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୁଲିସ ପହଂଚ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *