ବାପା ମୋତେ ସ୍ୱାଧୀନ ଭାବେ ବଞ୍ଚିବାକୁ ଦିଅ : ବିଧାୟକଙ୍କ ଝିଅ

Straight to the Point
ପ୍ରେମୀକ ସହ ବିବାହ ପରେ ଝିଅର ଆକୁଳ ନିବେଦନ; ଦେଖନ୍ତୁ ଏହି ଭାଇରାଲ ଭିଡିଓ

ବରେଲୀ: ଉତ୍ତରପ୍ରଦେଶସ୍ଥିତ ବରେଲୀର ବିଜେପି ବିଧାୟକ ରାଜେଶ ମିଶ୍ରଙ୍କ ଝିଅ ଓ ପ୍ରେମକଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ବିଧାୟକଙ୍କ ଝିଅ ସାକ୍ଷୀ ଓ ତାଙ୍କ ପ୍ରେମିକ ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ବାପା ଓ ସମର୍ଥକ ସେମାନଙ୍କ ପଛରେ ପଡିଯାଇଥିବା ଝିଅ କହିଛନ୍ତି । ଜୀବନରୁ ମାରିଦେବାକୁ ଧମକ ଦେବା ସହ ସବୁବେଳେ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି । ଭିଡିଓରେ ସାକ୍ଷୀ କହିଛନ୍ତି ଯେ ନିଜ ଇଚ୍ଛାରେ ସେ ବିବାହ କରିଛନ୍ତି । ବିବାହକୁ ବାପା ଏବଂ ତାଙ୍କ ସମର୍ଥନ ମାନେ ଗ୍ରହଣ କରୁନାହାଁନ୍ତି । ତାଙ୍କ ବାପଘର ପଛରେ ପଡିଯାଇଛନ୍ତି । ସେ କହିଛନ୍ତି ଯଦି ତାଙ୍କ ବାପଘର ତାଙ୍କୁ ଖୋଜି ପାଇଯାନ୍ତି ତେବେ ନିଶ୍ଚିତ ଜୀବନରୁ ମାରିଦେବେ । ସେ ମଧ୍ୟ ପିତାଙ୍କୁ ଗୁହାରି କରିଛନ୍ତି ଯେ ସଉକ ପାଇଁ ସେ ସିନ୍ଦୁର ପିନ୍ଧି ନାହାନ୍ତି ଆପଣ ରାଜନୀତି କରନ୍ତୁ, ମୋତେ ସ୍ୱାଧୀନ ଭାବେ ଜୀବନ ବଞ୍ôଚବାକୁ ଦିଅନ୍ତୁ । ଅନ୍ୟପକ୍ଷରେ ବିଧାୟକ କହିଛନ୍ତି ଯେ ଝିଅ ଏବେ ସାବାଳିକା ହୋଇସାରିଛି ନିଜର ନିଷ୍ପତ୍ତି ନେବାର ଅଧିକାର ତାହାର ଅଛି । କୌଣସି ପ୍ରକାର ହତ୍ୟା ଧମକ ଦେଇନାହାନ୍ତି ବୋଲି ବିଧାୟକ ରାଜେଶ ମିଶ୍ର ସ୍ପଷ୍ଟ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *