ରଥାରୂଢ଼ ହେଲେ ତିନି ଠାକୁର, ଆଜି ବାହୁଡ଼ା

Straight to the Point

ଭୁବନେଶ୍ୱର/ପୁରୀ (ଓଡ଼ିଶା ଜର୍ଣ୍ଣାଲ-କୃଷ୍ଣ ସାହୁ): ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ ତିନି ଠାକୁର ରଥାରୂଢ଼ ହୋଇ ଭକ୍ତଙ୍କ ମେଳରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବିଜେ କରିବେ । କୋଟି କୋଟି ଭକ୍ତ ରଥରେ ତିନି ଠାକୁରଙ୍କୁ ଟାଣିଟାଣି ଶ୍ରୀମନ୍ଦିରକୁ ନେଇଯିବେ । କାଳିଆ ସାଆନ୍ତ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ର ବଡ଼ ଦେଉଳର ରତ୍ନଭଣ୍ଡାରର ସମସ୍ତ ଚାକଚକ୍ୟ ବର୍ଣ୍ଣାଢ଼୍ୟ ତଥା ସମସ୍ତ ପ୍ରକାରର ଭୋଗବିଳାଶକୁ ପରିତ୍ୟାଗ କରି ଭକ୍ତମାନଙ୍କ ପାଇଁ ତିନି ଠାକୁର ରଥରେ ବସି ଗୁଣ୍ଡି• ମନ୍ଦିର ଅଭିମୁଖେ ବାହାରି ଆସିଥିଲେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଊଙ୍କ ଅପେକ୍ଷାରେ ଥିବା ତିନିରଥ ଏବଂ କୋଟିକୋଟି ଭକ୍ତ ବତ୍ସଳଙ୍କୁ ଆଜି ପୁନର୍ବାର ଏହି ବାହୁଡ଼ା ଯାତ୍ରା ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ରଥାରୂଢ଼ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପୂର୍ବ ଉକ୍ରଣ୍ଠା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *