ସରିଲା ସୁନାବେଶ, ଆଜି ଅଧରପଣା

An Independent Media

ଭୁବନେଶ୍ୱର/ପୁରୀ (କୃଷ୍ଣ ସାହୁ-ଓଡ଼ିଶା ଜର୍ଣ୍ଣାଲ): ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ପୁରୀ ସହର ହୋଇଉଠିଥିଲା ଉତ୍ସବ ମୁଖର । କୋଟି କୋଟି ଭକ୍ତଙ୍କୁ ରଥରେ ଦର୍ଶନ ଦେଇଥିଲେ ତିନି ଠାକୁର । ବାହୁଡ଼ା ପରେ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଶନିବାର ଦିନ ପ୍ରଭୁଙ୍କ ସୁନାବେଶ ମହାଡ଼ମ୍ବରରେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କର ଅଳଙ୍କାର ଗୁଡ଼ିକ ଅଣାଯାଇ ତିନି ରଥରେ ବସିଥିବା ତିନିଠାକୁରଙ୍କୁ ଅଳଙ୍କୃତ କରାଯାଇଥିଲା । ପରେ ନୀତିକାନ୍ତି କରାଯାଇଥିଲା । ଲକ୍ଷାଧିକ ଭକ୍ତ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ସୁନାବେଶରେ ଦର୍ଶନ କରିଥିଲେ । ଶନିବାର ରାତି ୧୧ଟାରେ ସୁନାବେଶ ଶେଷ ହେବା ପରେ ଆଜି ସନ୍ଧ୍ୟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେବ ।

error: Thank You Keep Visiting