କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି; ବ୍ୟବସାୟୀ ଗୁରୁତର

An Independent Media

କେନ୍ଦ୍ରାପଡ଼ା: ଶନିବାର କେନ୍ଦ୍ରାପଡ଼ାରେ ପୁଣି ଫୁଟିଛି ଗୁଳି । ଦୁବୃର୍ତ୍ତମାନେ ସ୍ଥାନୀୟ ତିନିମୁହାଣୀ ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରିଛନ୍ତି । ଗୁଳିମାଡ଼ରେ ବ୍ୟବସାୟୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ବ୍ୟବସାୟୀଙ୍କ ନାମ ବିବେକାନନ୍ଦ ମହାରଣା ଓରଫ ବାବୁଲି ବୋଲି ଜଣାପଡ଼ିଛି । ତା’ଙ୍କ ପେଟରେ ଗୁଳି ବାଜି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାଯୋଗ୍ୟ, ବାବୁଲି ଘରୁ ବାଇକ୍ରେ ତିନିମୁହାଣ ଆସୁଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି । ବାଇକରେ ଦୁଇ ଜଣ ଦୁବୃର୍ତ୍ତ ଆସି ନିକଟରୁ ବାବୁଲିଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍.ପି ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବାବୁଲିଙ୍କ ଘର ନାଉପାଳ ବୋଲି ଜଣାପଡ଼ିଛି । ସେ ଜଣେ ବିଜେପି ନେତା ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ତିନିମୁହାଣୀ ଛକ ନିକଟରେ କଟକ-•ନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ ।

error: Thank You Keep Visiting