ଚନ୍ଦ୍ରଯାନ-୨ରେ ଯାନ୍ତ୍ରିକ ତ୍ରୁଟି; ଉତ୍କକ୍ଷେପଣ ସ୍ଥଗିତ

An Independent Media

ନୂଆଦିଲ୍ଲୀ: ବୈଜ୍ଞାନିକବମାନେ ଅପେକ୍ଷା କରି ରହିଥିଲେ ଭୋର ୨.୫୧ ବେଳେ ମହାକାଶକୁ ଯିବ ଚନ୍ଦ୍ରଯାନ-୨ । କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ବନ୍ଦ ରଖାଯାଇଛି । କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ ଗବେଷଣା କେନ୍ଦ୍ରରୁ ଉକ୍ରେକ୍ଷେପଣ ହେବାର ଥିଲା । ଉକ୍ରକ୍ଷେପଣ ପାଇଁ ଆଉ ମାତ୍ର ୫୬ ମିନିଟ୍ ୨୪ ସେକେଣ୍ଡ ବାକିଥିବାବେଳେ ହଠାତ ବନ୍ଦ ହୋଇଯାଇଥିଲା ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଦୁଃଖ ପ୍ରକାଶ କରିବାର ନାହିଁ । ତ୍ରୁଟି ସଂଶୋଧନ କରିବା ସହିତ ଖୁବଶୀଘ୍ର ଚନ୍ଦ୍ରଯାନ-୨ ମହାକାଶ ପଠାଯିବା ବୋଲି ତାରିଖ ଘୋଷଣ କରିଯିବ ।

error: Thank You Keep Visiting