କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଦେଖି ଏବେ ଭୟରେ ମଧ୍ୟପ୍ରଦେଶ ସରକାର

An Independent Media

ନୂଆଦିଲ୍ଲୀ: କୁମାରସ୍ୱାମୀଙ୍କ ଭଳି କାଳେ କମଲନାଥଙ୍କ ସମାନ ପରିସ୍ଥିତି ସୃଷ୍ଟି ହେବ ଏନେଇ ଏବେ ଚିନ୍ତାରେ ସରକାର । ଗତ ୧୧ଦିନ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟ କଂଗ୍ରେସ ବିଧାୟକଙ୍କ ତୃତୀୟ ଥର ପାଇଁ ବୈଠକ ହେବାକୁ ଯାଉଛି । ତେବେ କର୍ଣ୍ଣାଟକ ଏବଂ ଗୋଆର ସ୍ଥିତିକୁ ଦେଖି ସମଦସା ନଭୋଗିବା ପାଇଁ ଏଭଳି କରାଯାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

କଂଗ୍ରେସର ସହେଯାଗୀ ଦଳ ଏସପି ଏବଂ ବିଏସପିର ବିଧାୟକଙ୍କ ସହ ବୈଠକ କରିବା ପାଇଁ କମଲନାଥ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଲେଣି । ସେ ଏକ ରାତ୍ରୀ ଭୋଜନ ମାଧ୍ୟମରେ ବିଧାୟକଙ୍କ ସହ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକ ମାଧ୍ୟମରେ ବିଧାୟକଙ୍କ ମଧ୍ୟରେ ଏକଜୁଟତା ବଜାୟ ରଖିବା ପାଇଁ କମଲନାଥ ଏଭଳି ଆୟୋଜନ କରିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହା ପୂର୍ବରୁ ଜୁଲାଇ ୭ ଏବଂ ୧୧ରେ ଦୁଇଟି ବୈଠକ କରିଥିଲେ ।

ଏଠାରେ ଜଣାଇରଖୁଛୁ ଯେ, କର୍ଣ୍ଣାଟକରେ ଶାସନରେ ଥିବା କଂଗ୍ରେସ-ଜେଡିଏସ୍ ମହାମେଣ୍ଟ ସରକାରର ୧୬ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବାବେଳେ, ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ ଶାସନଧାରୀ ସରକାରଙ୍କଠାରୁ ନିଜ ସମର୍ଥନ ଫେରାଇ ନେଇଛନ୍ତି ।

ଅନ୍ୟପକ୍ଷରେ ଗୋଆରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ୧୦ଜଣ ବିଧାୟକ ବିଜେପିରେ ସାମିଲ ହୋଇଥିବାବେଳେ ୨୩୦ ଆସନ ମଧ୍ୟରୁ କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ବିଜେପିର ୧୦୯ ବିଧାୟକ ରହିଛନ୍ତ ।

error: Thank You Keep Visiting