ଇଂଲଣ୍ଡକୁ ୮୫ ରନରେ ଅଲଆଉଟ୍ କଲା ଆୟରଲ୍ୟାଣ୍ଡ

Straight to the Point

ଲଣ୍ଡନ: ଲଣ୍ଡନର ଲଡର୍ସରେ ବୁଧବାର ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ପାଳିରେ ଇଂଲଣ୍ଡର ବ୍ୟାଟିଂ ପରମାନ୍ସ ଅତ୍ୟନ୍ତ ଖରାଫ ରହିଛିସ । ମାତ୍ର ୨୩.୪ ଓଭରରେ ସମସ୍ତ ଓ୍ିକେଟ ହରାଇ ୮୫ ରନ୍ କରିବାରେ ସଫଳ ହୋଇଛି । ଆୟରଲ୍ୟାଣ୍ଡର ଓପନିଂ ବୋଲର ଟିମ୍ ମୁର୍ତାଗଙ୍କ ହ୍ୟାଟ୍ରିକ ସମେତ ୫ଟି ୱିକେଟ ନେଇଛନ୍ତି । ଇଂଲଣ୍ଡର ଜନି ବେୟାରଷ୍ଟୋ, ମୋଇନ୍ ଅଲ୍ଲୀ, କ୍ରିସ୍ ଓ୍କସ୍ ଖାତା ନ ଖୋଲି ପାଭଲିଅନ ଫେରିଥିବାବେଳେ ଜସନ ରୟ ୫ ରନ୍, ଜୋଏ ରୁଟ ୨ ରନ୍, ସାମ୍ କୁରାନ ୧୮ ରନ୍ ଟିମ୍ ଓ ଷ୍ଟୁଆର୍ଟ ବ୍ରଡ ୩ ରନ୍ କରିଛନ୍ତି । ଇଂଲଣ୍ଡ ପାଇଁ ସର୍ବାଧିକ ଜୟ ଡେନଲି ୨୩ ରନ୍ ଓ ଓଲ ଷ୍ଟୋନ୍ ୧୯ ରନ୍ କରିଛନ୍ତି । ମାର୍କ ଆଦିରଙ୍କୁ ୩ଟି ୱିକେଟ୍ ଓ ବଏଡ ରଙ୍କିନ୍୨ଟି ୱିକେଟ୍ ନେଇଛନ୍ତି ।

error: Thank You Keep Visiting