ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସନେଲେ ନୁଆନ୍ କୁଳଶେଖର

Straight to the Point

କଲମ୍ବୋ : ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଶ୍ରୀଲଙ୍କାର ଦ୍ରୁତ ବୋଲର ନୁଆନ୍ କୁଳଶେଖର । ଶ୍ରୀଲଙ୍କାର ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ହାସଲକାରୀ ତାଲିକାରେ ୩ନଂ ସ୍ଥାନରେ ଅଛନ୍ତି କୁଳଶେଖର । ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ·ମିଣ୍ଡା ଭାସ୍ ଓ ଲାସିଥ୍ ମାଲିଙ୍ଗା ରହିଛନ୍ତି । ସେ ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ । ୩୭ ବର୍ଷୀୟ କୁଳଶେଖର ଶ୍ରୀଲଙ୍କା ତରଫରୁ ୧୮୪ଟି ଦିନିକିଆ ମ୍ୟାଚ୍ ଖେଳି ୧୯୯ଟି ୱିକେଟ୍ ହାସଲ କରିଥିବାବେଳେ ୫୮ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳି ୬୬ଟି ୱିକେଟ୍ ହାସଲ କରିଛନ୍ତି ।

ସେହିପରି କୁଳଶେଖର ୪୮ଟି ଟେଷ୍ଟ ମ୍ୟାଚ୍ ଖେଳି ୨୧ଟି ୱିକେଟ୍ ହାସଲ କରିଥିଲେ । ୨୦୧୭ ଜୁଲାଇରେ କୁଳଶେଖର ଶେଷଥର ପାଇଁ ଶ୍ରୀଲଙ୍କା ଦିନିକିଆ ଦଳକୁ ପ୍ରତିନିଧିôତ୍ୱ କରି ଜିମ୍ବାୱେ ବିପକ୍ଷରେ ଖେଳିଥିଲେ । ୨୦୦୯ରେ କୁଳଶେଖର ଆଇସିସି ବୋଲର ମାନ୍ୟତାର ୧ନଂ ସ୍ଥାନ ଅଧିକାର କରିଥିଲେ । ୨୨ ରନ୍ ବିନିମୟରେ ୫ଟି ୱିକେଟ୍ ହାସଲ କରିବା ଦିନିକିଆରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଥିଲା । ଏହାକୁ ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ସୂଚନାଥାଉକି ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚରେ କୁଳଶେଖରଙ୍କ ବଲରେ ଛକା ମାରି ମହେନ୍ଦ୍ର ସିଂହ ଧୋନି ଭାରତକୁ ଜିତାଇଥିଲେ ।

error: Thank You Keep Visiting