ଏଆରଆରସିର ଟପ୍ ୧୦ ଭିତରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍, ଜିତିଲା ୬ ପଏଣ୍ଟ

Straight to the Point

ଭୁବନେଶ୍ୱର: ଚୀନ୍ ଝୁହାଇ ସର୍କିଟ୍ରେ ଚାଲିଥିବା ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ (ଏଆରଆରସି)ର ରେସ୍ ୨ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ଅଧିକ ୬ ପଏଂଟ୍ ହାସଲ କରିଛି । ହୋଣ୍ଡା ଚାଳକ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି । ଏହି ଦିନଟି ହୋଣ୍ଡା ଟିମ୍ର ଚାଳକ ରାଜୀବଙ୍କ ପାଇଁ ସୁବର୍ଣ୍ଣ ଦିନ ଥିଲା । ଏସିଆ ପ୍ରଡକ୍ସନ ୨୫୦ ଶ୍ରେଣୀର ରେସ୍ ୨ରେ ରାଜୀବ ବହୁତ ଭଲ ପ୍ରଦର୍ଶନ କରି ପ୍ରଥମ ଭାରତୀୟ ଚାଳକ ଭାବେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି । ତିନିଟି ଏଆରଆରସି ସିଜନ୍ରେ ରାଜୀବଙ୍କ ଏହା ଦ୍ୱିତୀୟ ଟପ୍ ୧୦ ଫିନିସ୍ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ରେସ୍ ୧ରେ ଟପ୍ ୧୦ ଭିତରେ ପ୍ରବେଶ କରିଥିଲେ ।

ସେନ୍ଥିଲ କୁମାର ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି । ସେନ୍ଥିଲ ଟ୍ରାକ୍ରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିବା ସହ ୧୭ତମ ସ୍ଥାନରେ ରେସ୍ ଶେଷ କରିଛନ୍ତି । ଏକ ସମୟରେ ସେ ୨୧ତମ ସ୍ଥାନକୁ ଠେଲି ହୋଇଯାଇଥିଲେ । ଏହା ପରେ ସେଥିରୁ ଉତମ ପ୍ରତ୍ୟାବର୍ତନ କରି ତିନି ଚାଳକଙ୍କୁ ପଛକୁ ଠେଲି ଆଗକୁ ବଢ଼ିଥିଲେ ।

ହୋଣ୍ଡା ଚାଳକଙ୍କ ପ୍ରଦର୍ଶନ ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ଆଜି ଆମ ପାଇଁ ଏକ ଖୁସିର ଦିନ ଥିଲା । ଶ୍ରେଷ୍ଠ ମାନଙ୍କ ସହ ଆଗକୁ ବଢ଼ିବା ରଣନୀତିକୁ ରାଜୀବ ଠିକ୍ ଭାବେ କାର୍ଯ୍ୟକାରୀ କରିଥିଲେ । ନବମ ଲ୍ୟାପ ପରେ ସେ ଚତୁରତା ପ୍ରଦର୍ଶନ କରି ଦ୍ୱିତୀୟ ଗ୍ରୁପର ନେତୃତ୍ୱ ନେଇଥିଲେ । ଶେଷ ଲ୍ୟାପ ପୂର୍ବରୁ ହୋଣ୍ଡା ଚାଳକଙ୍କ ଦୁର୍ଘଟଣା ପରେ ମଧ୍ୟ ସେ ଆଗକୁ ବଢ଼ି ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରେସ୍ ଶେଷ କରିଥିଲେ । ଆଜିର ରେସ୍ ତାଙ୍କୁ ଶ୍ରେଷ୍ଠ ଚାଳକଙ୍କ ଭିତରେ ସାମିଲ କରିଛି । ନିଜର ବିଶ୍ୱାସ ବଢ଼ିଥିବାରୁ ମାଲେସିଆରେ ରାଜୀବ ଭଲ ପ୍ରଦର୍ଶନ କରିବେ । ପ୍ରତିଟି ରେସ୍ରେ ସେନ୍ଥିଲଙ୍କ ସ୍ଥିତିରେ ଉନ୍ନତି ହେଉଛି । ମୋଟ ଉପରେ ଦଳର ଅଗ୍ରଗତିକୁ ନେଇ ମୁଁ ଖୁସି ଅଛି ଏବଂ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ଶ୍ରେଷ୍ଠ ୧୦ରେ ପହଂଚିଛନ୍ତି ।’’

ରାଜୀବ କହିଛନ୍ତି ଯେ ଶେଷରେ ମୁଁ ମୋ ସ୍ୱପ୍ନର ଫିନିସ୍ ପାଇପାରିଛି । ଏଠାରୁ ବହୁତ ଭଲ ଶିକ୍ଷା କରି ମୁଁ ମାଲେସିଆ ରେସ୍ରେ ପ୍ରବେଶ କରିବି । ସେହିପରି ସେନ୍ଥିଲ କହିଛନ୍ତି ଯେ, ଏହି ରେସ୍ର ଭୁଲରୁ ଶିକ୍ଷା କରି ମାଲେସିଆରେ ଭଲ ପ୍ରଦର୍ଶନ କରିବାକୁ ମୁଁ ପ୍ରୟାସ କରିବି ।

Leave a Reply

Your email address will not be published. Required fields are marked *

error: Thank You Keep Visiting