ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପୀ ସାମଗ୍ରୀ

Straight to the Point

ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କ MoU ହୋଇଛି।ଏହି ବୁଝାମଣାପତ୍ର ମାଧ୍ୟମରେ ଓଡ଼ିଶାରେ ଫ୍ଲିପ୍‌କାର୍ଟ ଗ୍ରୁପ୍‌ ପକ୍ଷରୁ ‘ଫ୍ଲିପ୍‌କାର୍ଟ ସମର୍ଥ’ ଆପ୍‌ କାର୍ଯ୍ୟକାରୀ କରାଯିବ। ଏହି ଆପ୍‌ ଜରିଆରେ ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନେ ରାଜ୍ୟର ହଲ୍‌ମାର୍କ ଉତ୍ପାଦ ସହ ଜାତୀୟ ବଜାରରେ ପ୍ରବେଶ ପାଇଁ ସମର୍ଥ ହେବେ। ଏହାସହ ଇ-କମର୍ସ ମଡେଲରେ ସମସ୍ତ ବୁଣାକାର ଓ ହସ୍ତଶିଳ୍ପୀ ସୁବିଧା ପାଇବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Thank You Keep Visiting