ଡାଲମିଆ ଓସିଏଲ୍ ଚକ୍ଷୁ କେନ୍ଦ୍ର ସୁନ୍ଦରଗଡ଼କୁ ଅନ୍ଧତ୍ୱମୁକ୍ତ କରିବା ଉଦ୍ୟମକୁ ଆଗକୁ ବଢ଼ାଇଛି

An Independent Media
  • କାର୍ଯ୍ୟକ୍ଷମ ହେବାର ୫ ବର୍ଷ ପୂରଣ, ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର ଘରେ ଘରେ ପହଂଚି ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରୁଛି; ଗୋଷ୍ଠୀ ପରୀକ୍ଷା ଜରିଆରେ ୭୨୨ ଗ୍ରାମରେ ପହଂଚିଛି
  • ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର ୧ ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଛି, ୪୦,୦୦୦ରୁ ଅଧିକଙ୍କୁ ମାଗଣା ସେବା ପ୍ରଦାନ କରାଯାଇଛି
  • ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର ପ୍ରାୟ ୫୦୦୦ ଲୋକଙ୍କ ଘରେ ପହଂଚି ଚକ୍ଷୁ ପରୀକ୍ଷା କରିଛି
  • ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର ୬୫୦୦ରୁ ଅଧିକ ଅସ୍ତ୍ରୋପଚାର କରିଛି; ୪୫୦୦ରୁ ଅଧିକ ଅସ୍ତ୍ରୋପଚାର ମାଗଣାରେ କରିଛି

ରାଜଗାଙ୍ଗପୁର : ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ସେବା ପ୍ରଦାନ କରିବାର ପାଂଚ ବର୍ଷ ପୂରଣ କରିଛି ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର । ୨୦୧୫ ମସିହାରେ ଏଲ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଓ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ (ପୂର୍ବରୁ ଥିଲା ଓସିଏଲ ଇଣ୍ଡିଆ) ପକ୍ଷରୁ ମିଳିତ ଭାବେ ଏହି ଚକ୍ଷୁ ଚିକିତ୍ସାଳୟକୁ ସ୍ଥାପନ କରାଯାଇଥିଲା ଓ ଏହାର ଲକ୍ଷ୍ୟ ଥିଲା ସୁନ୍ଦରଗଡ଼ ଜିଲ୍ଲାକୁ ଅନ୍ଧତ୍ୱମୁକ୍ତ କରିବା । ଏହି ଅନୁଷ୍ଠାନକୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ ଉଦଘାଟନ କରିଥିଲେ । ଚଳିତ ବର୍ଷ ଏହି ପ୍ରତିଷ୍ଠାନ ଆଉ ଏକ ମାଇଲଖୁଂଟ ହାସଲ କରିଛି । ଏଠାରେ ଚିକିତ୍ସା ହାସଲ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇପାରିଛି ।
ଏହି ଗୁରୁତ୍ୱପୂର୍ଣ୍ଣ ମୂହୁର୍ତରେ ଡାଲମିଆ ସିମେଂଟ (ଭାରତ) ଲିମିଟେଡ୍‌ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏଲଭିପିଇଆଇର ଉପାଧ୍ୟକ୍ଷ ଡକ୍ଟର ତାରା ପ୍ରସାଦ ଦାସ ମଧ୍ୟ ଉପସ୍ଥିତ ଥିଲେ ।
ବିଶେଷଜ୍ଞ ଚକ୍ଷୁ ଚିକତ୍ସା ସେବା ଏବଂ ଅତ୍ୟାଧୁନିକ ଅପ୍‌ଥାଲମିକ୍ ପ୍ରଯୁକ୍ତି ସହିତ ଦୃଷ୍ଟିବାଧିତ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ସ୍ଥାପନ କରାଯାଇଥିବା ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ରୋଗୀ ଓ ଡାକ୍ତରମାନଙ୍କ ଭିତରେ ଥିବା ଅନ୍ତରକୁ ଦୂର କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଛି, ବିଶେଷ କରି ଅପଥାଲମୋଲୋଜିଷ୍ଟ (ଚକ୍ଷୁ ଚିକିତ୍ସା ବିଶେଷଜ୍ଞ)ଙ୍କ ଘୋର ଅଭାବ ଥିବା ଦୁର୍ଗମ ଅଂଚଳରେ ଏହି କାର୍ଯ୍ୟ କରୁଛି । ଶୁଭାରମ୍ଭ ହେବା ପରଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ର ୬୫୭୭ ଅସ୍ତ୍ରୋପଚାର କରିଥିବା ବେଳେ ସେଥି ମଧ୍ୟରୁ ୪୫୩୮

ଅସ୍ତ୍ରୋପଚାର ମାଗଣାରେ କରାଯାଇଛି । ଗୋଷ୍ଠୀ ପରୀକ୍ଷା କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାର ୭୨୨ ଗ୍ରାମରେ ପହଂଚିଛି ଯେଉଁଥିରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।
ଏହି ଅବସରରେ ଡିସିବିଏଲର ପୂର୍ବଆଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ଗୁପ୍ତା କହିଛନ୍ତି ଯେ, “ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସେବା ପ୍ରଦାନ କରିବାର ପାଂଚ ବର୍ଷ ପୂରଣ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ବିଗତ ପାଂଚ ବର୍ଷରେ ଆମର କେନ୍ଦ୍ର ଜରିଆରେ ଆମେ ୧,୦୦,୦୦୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ଓ ସହାୟତା ପ୍ରଦାନ କରିଛୁ । ଜିଲ୍ଲାକୁ ସମ୍ପୂର୍ଣ୍ଣ ଅନ୍ଧତ୍ୱମୁକ୍ତ କରିବା ଲକ୍ଷ୍ୟ ନେଇ ଆମେ ଆମର ବିଭିନ୍ନ ଅଭିଯାନ ଏବଂ ଘର ପାଖରେ ସେବା ପହଂଚାଇବା କାର୍ଯ୍ୟକୁ ଜିଲ୍ଲାର ଦୂରଦୂରାନ୍ତ ଅଂଚଳ ପର୍ଯ୍ୟନ୍ତ ସଂପ୍ରସାରିତ କରୁଛୁ । ଏହି ପାଂଚ ବର୍ଷର ଯାତ୍ରା ଭିତରେ ଆମେ ସ୍ଥାନୀୟ ଗୋଷ୍ଠୀ ଏବଂ ବିଭିନ୍ନ ଅଂଶୀଦାରଙ୍କ ଠାରୁ ସମୟ ସମୟରେ ବେଶ ଅଧିକ ସମର୍ଥନ ହାସଲ କରିଛୁ । ଏହି ନିର୍ଦ୍ଧିଷ୍ଟ ଉଦ୍ୟମ ଯୋଗୁଁ ଜିଲ୍ଲାରୁ ଅନ୍ଧତ୍ୱକୁ ହଟାଇବା ଦିଗରେ ଆମେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛୁ ।’’
ଏଲ୍‌ଭିପିଇଆଇର ଡକ୍ଟର ତାରା ପ୍ରସାଦ ଦାସ କହିଛନ୍ତି ଯେ, “ପାଂଚ ବର୍ଷର ମାଇଲଖୁଂଟ ହାସଲ କରିଥିବାରୁ ଆମେ ବହୁତ ଖୁସି । ଆମର ଲକ୍ଷ୍ୟ ହେଉଛି ଦେଶର ଦୂରାନ୍ତ ଅଂଚଳରେ ଉଚ୍ଚ ଗୁଣାତ୍ମକ, ସୁଲଭ ମୂଲ୍ୟର ଏବଂ ଆତ୍ମ ନିରନ୍ତର ଭିତିକ ସ୍ଥାୟୀ ଚକ୍ଷୁ ଚିକିତ୍ସା ସେବା ଭିତିଭୂମିି ପ୍ରଦାନ କରିବା ଏବଂ ଏହା ଆମର ସହଯୋଗୀ, ଉତମ ତାଲିମପ୍ରାପ୍ତ ଷ୍ଟାଫ୍ ଓ ଉତ୍କୃଷ୍ଟ ଡାକ୍ତରମାନଙ୍କ ପାଇଁ କେବଳ ସମ୍ଭବ ହୋଇପାରିଛି । ସୁନ୍ଦରଗଡ଼ରୁ ଅନ୍ଧତ୍ୱ ଦୂର କରିବା ଲାଗି ଆମେ ଏହି ଭଳି ସେବା ପ୍ରଦାନ ଜାରି ରଖିବୁ ।’’
ଚଳିତ ବର୍ଷ ଠାରୁ ଏଲଭିପିଇଆଇ ଦ୍ୱାରା ପରିଚାଳିତ ହେଉଥିବା ଚକ୍ଷୁ ଚିକିତ୍ସା କେନ୍ଦ୍ରଗୁଡ଼ିକ ଏହାର ନୂଆ ଅଭିଯାନ “ପଶ୍ୟାନ୍ତୁ”ର ଲାଭ ଉଠାଇପାରିବେ ଯାହା ହେଉଛି ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ସେବା । ଏହି ଭ୍ରାମ୍ୟମାଣ ସେବା ପ୍ରତି ମାସରେ ଅତି କମରେ ଦୁଇ ଥର ଡାଲମିଆ ଓସିଏଲ ଚକ୍ଷୁ କେନ୍ଦ୍ରରେ ପହଂଚିବ ଏବଂ ରେଟିନା ସ୍ଥିତି ଏବଂ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଭେନ ଅକଲୁଜନ ଆଦିର ଦେଖାଶୁଣା କରିବ ଏବଂ ରୋଗୀଙ୍କ ପରବର୍ତି ଚିକିତ୍ସା ଏଲଭିପିଇଆଇ ଭୁବନେଶ୍ୱରରେ କରାଯିବ । ଏହା ଦ୍ୱାରା ଫଲୋ ଅପ ଯତ୍ନ ଏବଂ ଚେକ୍ ଅପ୍ ପାଇଁ ରୋଗୀଙ୍କ ହେବାକୁ ଥିବା ପରିବହନ ଜନିତ ଏବଂ ଅନ୍ୟାନ୍ୟ ପରୋକ୍ଷ ଖର୍ଚ ଉଲ୍ଲେଖନୀୟ ଭାବେ କମିଯିବ ।

error: Thank You Keep Visiting