ଜୀବନରେ ପରିବାର ସମର୍ଥନର ଗୁରୁତ୍ୱ ବିଷୟରେ ଅବଗତ କରିବା ଲାଗି କ୍ରୀଡ଼ାବିତ ଦୂତିଚାନ୍ଦଙ୍କ ସହ ହାତ ମିଳାଇଲା ଏସ୍‌ବିଆଇ ଲାଇଫ୍‌

An Independent Media

ଭୁବନେଶ୍ୱର: ଜୀବନକୁଉଜ୍ୱଳ କରିବା ଓ ନିଜ ଭିତରେ ଥିବା ବିଶ୍ୱାସକୁଜାଗ୍ରତ କରିବାରେ ପରିବାରର ସମର୍ଥନ କେତେ ଶକ୍ତି ଶାଳୀ ତାହା ଜଣାଇବା ଲାଗି ଏସବିଆଇ ଲାଇଫ୍ ପକ୍ଷରୁ ନିକଟରେ\” ଅପନୋ କି ହିମତ ବାଲି ସିଟି\’ ନାମକଏକ ବ୍ରାଣ୍ଡ୍ ପ୍ରଚାର ଅଭିଯାନ ଆରମ୍ଭକରାଯାଇଛି । ଭରତୀୟ ଦୌଡ଼କୁଦ କ୍ରୀଡ଼ାବିତ ତଥା ୧୦୦ ମିଟର ମହିଳା ଦୌଡ଼ର ଜାତୀୟ ଚାମ୍ପିଆନ ଦୂତିଚାନ୍ଦଙ୍କସହିତ କଂପାନି ହାତ ମିଲାଇଛି ।କଂପାନି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭିଡିଓରେ ଦୂତିଙ୍କ ଜୀବନର ସଂଘର୍ଷ ଏବଂ ଏଥିରେତାଙ୍କ ପ୍ରିୟଜନମାନେ ଗ୍ରହଣ କରିଥିବା ଭୂମିକାକୁ ପ୍ରଦର୍ଶିତ କରାଯାଇଛି । ଏହି ଭିଡିଓ ଜରିଆରେ ଏସବିଆଇ ଲାଇଫ୍‌ ଏହା ଜଣାଇବାକୁଚାହୁଛି ଯେ ନିଜର ସ୍ୱପ୍ନ ପଛରେ ଗୋଡ଼ାଇବାବେଳେ ପରିବାରର ଆବଶ୍ୟକତାକୁ ସୁରକ୍ଷିତ ରଖିବାଲାଗିବୀମାକୁ ଆର୍ଥିକ ପ୍ରାଥମିକତାରେ ପରିଣତ କରିବା ଦରକାର । ଭିଡିଓର ପ୍ରାରମ୍ଭରେ ଦୂତିଙ୍କ ପିଲା ଦିନଏବଂ ତାଙ୍କ ଜୀବନର ବିଭିନ୍ନ ସ୍ତରକୁ ପ୍ରଦର୍ଶିତ କରାଯାଇଛି । ସବୁ ପ୍ରକାରପ୍ରତିବନ୍ଧକ ସତ୍ୱେ କ୍ରୀଡ଼ାକୁକ୍ୟାରିଅର କରିବା ଲାଗି ତାଙ୍କ ପରିବାରସଦସ୍ୟ କିଭଳି ଦୂତିଙ୍କୁ ଅନୁପ୍ରାଣିତ କରିଥିଲେ ଏହାକୁ ଏଥିରେ ଦର୍ଶାଯାଇଛି । ଏଥିପାଇଁ ଦୂତି ଜାତୀୟସ୍ତରରେ ଗୌରବ ହାସଲ କରିଥିବାବେଳେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିପାରିଛନ୍ତି ।

error: Thank You Keep Visiting