ସେୟାର ବଜାର ଉପରେ କରୋନାର ପ୍ରଭାବ : ୧୧ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ ଅର୍ଥାତ୍ ଗୁରୁବାର ସେୟାର ବଜାର ଐତିହାସିକ ହ୍ରାସ ସହ ବନ୍ଦ ହୋଇଛି। ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିଲା। ଗୁରୁବାର ସେନସେକ୍ସ ୨,୯୧୯.୨୬ ପଏଣ୍ଟ ଅବା ୮.୧୮ ପ୍ରତିଶତ ହ୍ରାସ ପାଇ ୩୨,୭୭୮.୧୪ରେ ବନ୍ଦ ହୋଇଛି। ଏହା ସହିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୨୫.୩୦ ପଏଣ୍ଟ ଅବା ୭.୮୯ ପ୍ରତିଶତ ହ୍ରାସ ପାଇ ୯,୬୩୩.୧୦ରେ ବନ୍ଦ ହୋଇ ଯାଇଛି। ସେୟାର ବଜାରରେ ସର୍ବକାଳୀନ ହ୍ରାସ ଯୋଗୁଁ ନିବେଶକମାନେ ୧୧.୪୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ବୁଧବାର ଦିନ ବାଣିଜ୍ୟ ଶେଷରେ ୧୩୭ ଲକ୍ଷ କୋଟି ଟଙ୍କା ଥିଲା ଯାହା ଗୁରୁବାର ଦିନ ୧୨୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।