‘ଆଲୁମିନିୟମ ଦି ଫ୍ୟୁଚର୍ ମେଟାଲ’ ଏବଂ ନାଲକୋ’ର ମୋବାଇଲ ଆପ୍ ‘ନମସ୍ୟ’ର ଲୋକାର୍ପଣ

Straight to the Point
ଖଣି ମନ୍ତ୍ରଣାଳୟ ପକ୍ଷରୁ ଖଣି ଓ ଖଣିଜ ଧାତୁ ଶୀର୍ଷକ ଜାତୀୟ ସ୍ତରର କନକ୍ଲେଭ ଆୟୋଜନ ଅବସରରେ କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଦ୍ୱାରା ପୁସ୍ତକ ‘ଆଲୁମିନିୟମ:ଦି ଫ୍ୟୁଚର୍ ମେଟାଲ’ ଏବଂ ନାଲକୋ’ର ଏମଏସଏମଇ ପାଇଁ ମୋବାଇଲ ଆପ୍ ‘ନମସ୍ୟ’ର ଲୋକାର୍ପଣ

ଭୁବନେଶ୍ୱର : କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ନାଲକୋ ସିଏମଡି ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଆଲୁମିନିୟମ:ଦି ଫ୍ୟୁଚର୍ ମେଟାଲ୍’ର ଲୋକାର୍ପଣ କରିଛନ୍ତି । ଆଲୁମିନିୟମ ଧାତୁର ମୂଲ୍ୟଭିତ୍ତିକ ଉପଯୋଗକୁ ନେଇ ସମଗ୍ର ଆଲୁମିନିୟମ୍ ଶିଳ୍ପ ବ୍ୟବସ୍ଥା ସଂପର୍କରେ ଡଃ ଚାନ୍ଦ ରଚନା କରିଥିବା ପୁସ୍ତକ ମଧ୍ୟରୁ ଏହି ପୁସ୍ତକ ହେଉଛି ଦ୍ୱିତୀୟ ପୁସ୍ତକ । ଏହା ପୂର୍ବରୁ ଡଃ ଚାନ୍ଦଙ୍କ ଦ୍ୱାରା ରଚିତ ପୁସ୍ତକ ‘ଆଲୁମିନିୟମ : ଦି ଷ୍ଟ୍ରାଟେଜିକ୍ ମେଟାଲ୍’ ବହୁ ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରଣକାରୀ ବ୍ୟକ୍ତି ବିଶେଷଜ୍ଞମାନଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଥିଲା । ତେବେ ଏବେ ଉନ୍ମୋଚିତ ହୋଇଥିବା ପୁସ୍ତକ ‘ଆଲୁମିନିୟମ : ଦି ଫ୍ୟୁଚର ମେଟାଲ୍’ରେ ଆଲୁମିନିୟମ ଭଳି ଏକ ବହୁମୁଖୀ ଉପଯୋଗୀ ଧାତୁର ଭବିଷ୍ୟତ ଉପଯୋଗ ଏବଂ ଦେଶର ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧିରେ ଏହାର ପ୍ରଭାବ ସଂପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି । ଏହି ପୁସ୍ତକ ସମୁଦାୟ ଆଲୁମିନିୟମ୍ ଶିଳ୍ପ ସହ ଜଡିତ ସମସ୍ତ କ୍ଷେତ୍ର ପାଇଁ ଏକ ସମ୍ପୂର୍ଣ୍ଣ ସୂଚନା ଉତ୍ସ ।

Book and App release

ଜୁଲାଇ ୧୩ ,୨୦୧୮ରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଖଣି ଏବଂ ଖଣିଜ ଧାତୁର ଚତୁର୍ଥ ଜାତୀୟ ସ୍ତରର କନକ୍ଲେଭରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମଧ୍ୟ ପ୍ରଦେଶ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଖଣି ରାଜ୍ୟ ମନ୍ତ୍ରୀ ଶ୍ରୀ ହରିଭାଇ ପର୍ଥିଭାଇ ଚୌଧୁରୀ, ଓଡିଶାର ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ବହୁ ରାଜ୍ୟର ଖଣି ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀତି ଆୟୋଗ ସିଇଓ ଶ୍ରୀ ଅମିତାଭ କାନ୍ତ, କେନ୍ଦ୍ର ଖଣି ସଚିବ ଶ୍ରୀ ଅନିଲ ଗୋପିଶଙ୍କର ମୁକିମ୍, କେନ୍ଦ୍ର ଇସ୍ପାତ ସଚିବ ଡଃ ଅରୁଣା ଶର୍ମା, ନାଲକୋ ସିଏମଡି ଡଃ ତପନ କୁମାର ଚାନ୍ଦଙ୍କ ସମେତ ଖଣି ଶିଳ୍ପ ଏବଂ ମାନୁଫାକଚରିଂ ଶିଳ୍ପ କ୍ଷେତ୍ର ସହ ଜଡିତ ବହୁ ରାଷ୍ଟ୍ରାୟତ ଏବଂ ଘରୋଇ ଶିଳ୍ପ ସଂସ୍ଥାମାନଙ୍କର ସିଇଓ ମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନରେ ଅନ୍ୟତମ ନବରତ୍ନ ସିପିଏସଇ ଭାବେ ଦାୟିତ୍ୱ ସହ କାର୍ଯ୍ୟ କରୁଥିବା ମଦର ପ୍ଲାଣ୍ଟ ନାଲକୋ ପକ୍ଷରୁ ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏକ ମୋବାଇଲ ଆପ୍ ‘ନମସ୍ୟ’ ଲୋକାର୍ପିତ ହୋଇଥିଲା । ନାଲକୋ ଦ୍ୱାରା ପ୍ରସ୍ତୁତ ଏହି ମୋବାଇଲ ଆପ୍ ‘ନମସ୍ୟ’(ନାଲକୋ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜ୍ କମ୍ୟୁନିକେସନ୍ ଆପ୍ଲିକେଶନ୍) ମାଧ୍ୟମରେ ଅଣୁ ଏବଂ କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଓ ସେମାନଙ୍କ ବ୍ୟବସାୟ ବୃଦ୍ଧି ନିମନ୍ତେ ସହାୟତା ଯୋଗାଇ ଦିଆଯିବ । ଏହାର ଲୋକାର୍ପଣ ଅବସରରେ ଏମଏସଏମଇ କ୍ଷେତ୍ରର ପ୍ରୋତ୍ସାହନ ପାଇଁ ଏକ ପ୍ରମୁଖ ଉଦ୍ୟୋଗ ଭାବେ ନାଲକୋ ପକ୍ଷରୁ କରାଯାଇଥିବା ଏଭଳି ଉଦ୍ୟମକୁ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆପ୍ ର ଉପଯୋଗିତା ସଂପର୍କରେ ସୂଚନା ଦେଇ ନାଲ୍କୋ ସିଏମଡି ଡଃ ତପନ କୁମାର ଚାନ୍ଦ କହିଥିଲେ ଯେ, ନାଲକୋ ଶିଳ୍ପ ଅଭିବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧିକୁ ସବୁ ବେଳେ ଗୁରୁତ୍ୱ ଦେଇ ଆସିଛି । ଏହି କ୍ରମରେ ବୃହଦ୍ ଶିଳ୍ପ ସଂସ୍ଥା ବ୍ୟତୀତ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ନାଲକୋ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଭିବିଷ୍ୟତରେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଥିବା ଶିଳ୍ପ ସଂସ୍ଥା ଏବଂ ଉଦ୍ୟୋଗୀ ମାନଙ୍କୁ ଏହା ସହାୟତା ଯୋଗାଇ ଦେବ । ଏହି କ୍ଷେତ୍ର ଦେଶର ଯୁବ ପିଢିମାନଙ୍କ ପାଇଁ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବାର ସୁଯୋଗ ରଖିଥିବା ବେଳେ ନାଲକୋ ଏଥିପାଇଁ ଅଗ୍ରାଧିକାର ଦେଇଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଖଣି ସଚିବ ଶ୍ରୀ ଅନୀଲ୍ ମୁକିମ୍ ଆଲୁମିନିୟମ୍ ସମ୍ପର୍କରେ ସବିଶେଷ ସୂଚନା ଅଧାରିତ ପୁସ୍ତକ ରଚନା ପାଇଁ ନାଲକୋ ସିଏମ୍ଡି ଡ. ତପନ ଚାନ୍ଦଙ୍କୁ ଭୁରି ପ୍ରଶଂସା କରିଥିଲେ ।

ଏହି ଉତ୍ସବରେ ପ୍ରମୁଖ ଭାଗୀଦାରିତା ଗ୍ରହଣ କରିଥିବା ନାଲକୋ ଏକ ସ୍ୱତନ୍ତ୍ର ପାଭିଲିୟନ୍ ମାଧ୍ୟମରେ ଏହାର ସଫଳତା ଏବଂ ଖଣି କ୍ଷେତ୍ରରେ ହାସଲ କରିଥିବା ସଫଳତା ପ୍ରଦର୍ଶନ କରିଥିଲା । ନାଲକୋ ସିଏମଡି ଡଃ ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଏହି ପାଭିଲିୟନକୁ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, ମଧ୍ୟପ୍ରଦେଶ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୋହାନ ଉଦ୍ଘାଟନ କରିଥିଲେ । ଏହି ଅବସରରେ ନାଲକୋ ନିର୍ଦ୍ଦେଶକ (ପ୍ରଡକ୍ସନ) ଶ୍ରୀ ଭି . ବାଲ୍ ସୁବ୍ରମଣ୍ୟମ୍ ଙ୍କ ସମେତ କମ୍ପାନୀର ଅନ୍ୟ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।

error: Thank You Keep Visiting