ଚକୋଲେଟ୍ ଖାଆନ୍ତୁ ମାଗଣା ୧ଜିବି ମାଗଣା ଡାଟା ପାଆନ୍ତୁ:ଜିଓ

An Independent Media

ନୂଆଦିଲ୍ଲୀ: ନିଜର ଦ୍ୱୀତିୟ ବର୍ଷ ପୂର୍ତୀ ପାଳନ ଅବସରରେ ରିଲାଏନ୍ସ ଜିଓ ସେହି ଗ୍ରହାକମାନଙ୍କୁ ମାଗଣା ୧ ଜିବିର ୪ଜି ଡାଟା ଦେଉଛି, ଯେଉଁମାନଙ୍କ ପାଖରେ କ୍ୟାଡବରୀ ଡାଏରୀମିଲ୍କ ଚକୋଲେଟ ଅଛି । ଫ୍ରି ଡାଟା ପାଇବା ପାଇଁ ଗ୍ରାହକମାନଙ୍କ ପାଖରେ ଅତି କମରେ ୫ ଟଙ୍କାର ରେଗୁଲାର ଡାଏରୀମିଲ୍କ ଚକୋଲେଟ, ମିଲ୍କ କ୍ରାକର, ଫ୍ରୁଟ ଆଣ୍ଡ ନଟ୍ସ, ରୋଷ୍ଟ ଆଲମଣ୍ଡର ଖାଲି ପ୍ୟାକେଟ ଥିବା ଜରୁରୀ ଅଟେ ।
ଅଫର ନିୟମ ଓ ସର୍ତ ଅନୁଯାୟୀ, ୧ଜିବି ଫ୍ରି ଡାଟା ପାଇବା ପାଇଁ ୫ ଟଙ୍କା, ୧୦ ଟଙ୍କା, ୨୦ ଟଙ୍କା, ୪୦ ଟଙ୍କା ଓ ୧୦୦ ଟଙ୍କାର କ୍ୟାଡବରୀ ଚକୋଲେଟର ଖାଲି ପ୍ୟାକେଟର ଉପଯୋଗ କରିବାକୁ ପଡିବ ।
ଗ୍ରାହକମାନଙ୍କୁ ଫ୍ରି ଡାଟା ବ୍ୟତିତ କମ୍ପାନୀ ଅନ୍ୟ ଗ୍ରାହକମାନଙ୍କୁ ଫ୍ରି ଡାଟା ଟ୍ରାନ୍ସଫର କରିବାର ମଧ୍ୟ ଅଫର ଦିଆଯାଉଛି । ଏହି ଅଫର ଟି କେବଳ ଡିସେମ୍ବର ୩୦ ପର୍ଯ୍ୟନ୍ତ ଉପଲବ୍ଧ । ଏହି ଡାଟା ପାଇବା ପାଇଁ ଆପଣଙ୍କ ଫୋନରେ ମାଇଁ ଜିଓ ଆପ ମଧ୍ୟ ରହିବା ଜରୁରୀ ଅଟେ ।
ମାଇଁ ଜିଓ ଆପ ହୋମ ସ୍କ୍ରିନ ଉପରେ ଏକ ବ୍ୟାନର ଦେଖା ଯିବ, ଯେଉଁଥିରେ ଫ୍ରି ଡାଟାର ଅଫର ଦିଆଯାଇଥିବ । ଏହା ଉପରେ କ୍ଲିକ କଲେ ଆପଣଙ୍କୁ ଯୋଗ ଦେବାର ବଟନ ଦେଖାଯିବ । ଯାହା ଆପଣଙ୍କୁ କ୍ଲିକ କରିବାକୁ ହେବ । ଏହା ପରେ ଆପଣଙ୍କୁ ଡାଟା ପାଇବା ପାଇଁ ଡାଏରୀ ମିଲ୍କ ଚକୋଲେଟର ଖାଲି ପ୍ୟାକେଟ ପଛରେ ଦିଆଯାଇଥିବା ବାରକୋଡ ସ୍କାନ କରିବାକୁ ହେବ । ଏହା ପରେ ଆପଣଙ୍କୁ ଡାଟା ମିଳିଯିବ ।

error: Thank You Keep Visiting