ତ୍ରିଶୁଳ ହିରୋ ସୋରୁମ୍ରେ ହିରୋ ଏକ୍ସଟ୍ରିମ-୨୦୦ଆର୍’ର ଶୁଭ ଉନ୍ମୋଚନ

An Independent Media

ଜଗତସିଂହପୁର: ଜଗତସିଂହପୁର ଦୁର୍ଗାବଜାର ଠାରେ ଥିବା ତ୍ରିଶୁଳ ହିରୋ ଶୋରୁମରେ ଆଜି ପୂର୍ବାହ୍ନରେ ହିରୋ ମୋଟକର୍ପ ପକ୍ଷରୁ ବଜାରକୁ ପ୍ରବେଶ କରିଥିବା ନୂଆ ଏକ୍ସଟ୍ରିମ୍-୨୦୦ଆର୍ର ଶୁଭ ଉନ୍ମୋଚନ ହୋଇଯାଇଛି । ତ୍ରିଶୁଳ ହିରୋର ମୁଖ୍ୟ ପରି·ଳକ ଇଶ୍ୱରୀ ପ୍ରସାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅଞ୍ଚଳିକ ପରିବହନ ଅଧିକାରୀ ବିଜୟ କୁମାର ନାଏକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେଲସ୍ମ୍ୟାନେଜର ପଲ୍ଲବୀ ପଟ୍ଟନାୟକ, ତ୍ରିଶୁଳ ହିରୋ ର ପରି·ଳିକା ତନୁଶ୍ରୀ ଲେଙ୍କା, ମ୍ୟାନେଜର ନାରାୟଣ ପ୍ରସାଦ ସେଠୀ, ଏକ୍ସଟ୍ରିମ୍-୨୦୦ଆର୍ର ଟ୍ରେନର ଓ ସେଲସମ୍ୟାନ ପ୍ରଭାତ ରାୟ ଯୋଗଦେଇ ଏହି ନୂଆବାଇକ ଏକ୍ସଟ୍ରିମ୍-୨୦୦ଆର୍ର ସଂପର୍କରେ କହିଥିଲେ ଏହାର ମୁଲ୍ୟ ୯୦, ୯୦୦ଥିବାବେଳେ ସୁରକ୍ଷୀତ ଆଣ୍ଟି ବ୍ରେକ ସିଷ୍ଟମ, ଏବିଏସ୍ ସିଷ୍ଟମ, ୨୦୦ସିସି ଏୟାର କୁଲଡ୍ ଇଂଜିନ୍, ବିଏସ୍-୪ ଯୋଗ୍ୟତା, ୧୮.୪ପିଏସ ପାୱାର ଆଉଟ୍ପୁଟ ସହିତ ୮୦୦୦ ଆର୍ପିଏମ୍, ୧୭.୧ଏନ୍ଏମ୍ ଟର୍କ ସହିତ ୬୫୦୦ଆରପିଏମ୍ ବୈଶିଷ୍ଟ ରହିଛି । ଏଥିରେ ୨୭୬ଏମ୍ଏମ୍ ସମ୍ମୁଖ ଡିସ୍କ,ଏବିଏସ୍ ସିଷ୍ଟମ ୩୭ଏମଏମ୍ ସମ୍ମୁଖ ଫର୍କ ଗେ୍ଧପ୍ ମନୋସକ୍ ସସ୍ପେନସନ୍ ୧୭ଇଞ୍ଚ ୧୩୦/୭୦ ଟାୟାର ରହିଥିବା କହିବାସହ ଯାନଟି ଚାଳକଙ୍କୁ ଅନେକ ଆନନ୍ଦ ପ୍ରଦାନ କରିପାରବ ବୋଲି ମତବ୍ୟକ୍ତ କରିଥିଲେ ।

error: Thank You Keep Visiting