ଟଙ୍କା ଜମା କରିବାର ସୀମା ଶେଷ, ରଖିପାରିବେ ଇଚ୍ଛା ମୁତାବକ ଟଙ୍କା:ଏସବିଆଇ

An Independent Media

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ନିଜ କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଏବେ ବ୍ୟାଙ୍କ ଗ୍ରାହକଙ୍କୁ ନିଜ ଖାତାରେ ଟଙ୍କା ଜମା କରିବା ପାଇଁ ସବୁ ପ୍ରକାର ସୀମା ଶେଷ କରି ଦେଇଛନ୍ତି । ବ୍ୟାଙ୍କ ନିଜ ତରଫରୁ ବୁଧବାର କହିଛି କି, ସେ ସମସ୍ତ ଗ୍ରାହକଙ୍କୁ ଏହି ପ୍ରକାର ସୁବିଧା ଦବାକୁ ଯାଉଛି ।
ବ୍ୟାଙ୍କ କହିଛି କେତେ ଥର ଗ୍ରାହକ ନିଜ ଶାଖାକୁ ନଯାଇ ଅନ୍ୟ ଶାଖାରେ ଟଙ୍କା ଜମା କରାଇଥାନ୍ତି । ଟଙ୍କା ଜମା କରିବା ପରେ ଗ୍ରାହକଙ୍କ ଚାର୍ଜ ଦେବାକୁ ପଡିଥାଏ । ଏହି ଚାର୍ଜ ଜମା ରାଶି ଅନୁସାରେ ହୋଇଥାଏ ଓ ଏହାର ସୀମା ପ୍ରତିଦିନ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଥାଏ । ଏହାକୁ ବର୍ତମାନ ଶେଷ କରିଦିଆଯୋଇଛି । ଏହା ସହିତ ହିଁ କରେଣ୍ଟ ଖାତାଧିକାରୀଙ୍କ ପାଇଁ ମଧ୍ୟ ବ୍ୟାଙ୍କ ନୁଆ ସୁବିଧା ଆରମ୍ଭ କରିଛି । ଏବେ ନିୟମିତ ଖାତାଧିକାର ଗ୍ରାହକମାନଙ୍କ ପାଇଁ ପ୍ରତିଦିନ ୨ ଲକ୍ଷ ଟଙ୍କା ନିଜ ଖାତାରେ ଜମା କରି ପାରିବେ । ବ୍ୟାଙ୍କରେ ଯେଉଁ ସବୁ ନୂଆ ନିୟମ ତିଆରି କରିଛି ସେହି ଅନୁସାରେ, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଖାତାରେ ଟଙ୍କା ଜମା କରିପାରିବ ନାହିଁ । ଏହି ନିୟମ କେବଳ ବ୍ୟାଙ୍କକୁ ଯାଇ ଟଙ୍କା କରିବାକୁ ପଡିବ । ଅନଲାଇନ ଟ୍ରାନଫର ଉପରେ କୌଣସୀ ପ୍ରକାରର ପ୍ରତିବନ୍ଧକ ଲଗାଯାଇ ନାହିଁ ।

error: Thank You Keep Visiting