ଏନଟିପିସି କଣିହାଁକୁ ଜାତୀୟ ସୁରକ୍ଷା ସମ୍ମାନ
କଣିହାଁ: କଣିହାଁ ଏନ୍ଟିପିସି ପ୍ରକଳ୍ପକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ସୁରକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଛି । ୨୦୧୬ ରେ ପ୍ରକଳ୍ପର ଶୂନ୍ୟ ଦୁର୍ଘଟଣା ଯୋଗୁଁ ଏହି ସମ୍ମାନ ମିଳିଛି । ନୂଆଦିଲ୍ଲୀର ଡ଼. ଆମ୍ବେଦକର ଇଣ୍ଟରନ୍ୟାସ୍ନାଲ ସେଣ୍ଟର୍ଠାରେ ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କଠାରୁ ଏନଟିପିସି ମହାପ୍ରବନ୍ଧକ ଏ. କେ. ତ୍ରିପାଠୀ ଏହି ଜାତୀୟ ସୁରକ୍ଷା ଆୱାର୍ଡ ଗ୍ରହଣ କରିଥିାଲ । ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ଦୁଇଟି ଜାତୀୟ ସୁରକ୍ଷା ଆୱାର୍ଡ ୨୦୧୪ ରେ ହାସଲ କରିଥିଲା । ସେହିପରି ୨୦୦୯, ୨୦୧୨, ୨୦୧୩ ରେ ଏହି ପ୍ରକଳ୍ପରେ ଦୁର୍ଘଟଣା ହାର ଓ ପ୍ରଦୂଷଣ ମାତ୍ରା କମ୍ ଥିବାରୁ ଏନ୍ଟିପିସି କଣିହାଁ ପ୍ରକଳ୍ପକୁ ଜାତୀୟ ସୁରକ୍ଷା ଆୱାର୍ଡ ପ୍ରାପ୍ତ ହୋଇଥିଲା ।