ବନ୍ଦ ହେବ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ୫୧ଟି ଶାଖା

Straight to the Point

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍) ନିଜର ୫୧ଟି ଶାଖା ବନ୍ଦ କରିବାକୁ ଘୋଷଣା କରିଛି । ଏହି ସରକାରୀ ବ୍ୟାଙ୍କର ପୁନେସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଜାରି ଇସ୍ତେହାର ଅନୁସାରେ ବନ୍ଦ ହେଉଥିବା ଏହି ଶାଖାଗୁଡ଼ିକ ସହରାଞ୍ଚଳମାନଙ୍କରେ ରହିଛି । ବନ୍ଦ ବ୍ୟାଙ୍କ ଶାଖାଗୁଡ଼ିକୁ ନିକଟରେ ଥିବା ଶାଖାମାନଙ୍କରେ ମିଶାଇ ଦିଆଯିବ ବୋଲି ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ଅର୍ଥାତ ଏବେ ବିଓଏମରେ ବନ୍ଦ ହେଉଥିବା ଶାଖାର ଗ୍ରାହକଙ୍କ ଖାତା ଅନ୍ୟ ଏକ ଶାଖାକୁ ସ୍ତାନାନ୍ତର ହୋଇଯିବ । ନଭେମ୍ବର ୩୦ରୁ ଏହି ଶାଖାଗୁଡ଼ିକର ଚେକ୍ ବୁକ୍ କାମ କରିବନି ବୋଲି ସୂଚନା ଦିଆଯାଇଛି । ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଦେଶବ୍ୟାପୀ ୧,୯୦୦ ଶାଖା ରହିଛି । ଲୋକଙ୍କ ସୁବିଧା ପାଇଁ ବ୍ୟାଙ୍କର କେତେକ ସହରରେ ଥିବା ଶାଖାକୁ ବନ୍ଦ କରି ଅନ୍ୟ ଶାଖାସହ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଏହି ଶାଖାଗୁଡ଼ିକର ଆଇଏଫଏସସି କୋଡ, ଏମ୍ଆଇସିଆର କୋଡ ରଦ୍ଦ କରିଦିଆଯାଇଛି ।

error: Thank You Keep Visiting