ଏନ୍.ଟି.ପି.ସିର ନୂତନ ମୂଖ୍ୟ ମହାପ୍ରବନ୍ଧକ ଭାବେ ସନ୍ତୋଷ ଜେମସଙ୍କ ଯୋଗଦାନ

Straight to the Point

ତାଳଚେର: ତାଳଚେର କଣିହାଁ ସ୍ଥିତ ଏନ୍.ଟି.ପି.ସି ବିଦ୍ୟୁତ ପ୍ରକଳ୍ପର ନୂତନ ମୁଖ୍ୟ ମହାପ୍ରବନ୍ଧକ ଭାବେ ସନ୍ତୋଷ ଜେମସ୍ ଯୋଗାଦାନ କରିଛନ୍ତି । ଗତ ୨୯ ତାରିଖ ଦିନ ସଂଜୀବ କିଶୋରଙ୍କର ଦରଲିପାଲି ପାୱାର ଷ୍ଟେସନକୁ ନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି ହେବା ପରେ ଶ୍ରୀଯୁକ୍ତ ଜେମସ୍ ଏନ୍.ଟି.ପି.ସିର ମୁଖ୍ୟ ମହାପ୍ରବନ୍ଧକ ଭାବେ ଦାୟୀତ୍ୱ ନେଇଛନ୍ତି । ଏହା ପୂର୍ବରୁ ଶ୍ରୀ ଜେମସ୍ ଦରଲିପାଲି ପାୱାର ଷ୍ଟେସନର ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଜେମସ୍ ମେକାନିକାଲ ଇଂଜିନିୟରିଂ ରେ କୋଚିଂ ୟୁନିଭରସିଟିରୁ ଗ୍ରାଜୁଏଟ୍ ଡିଗ୍ରୀ ଶେଷ କରିବା ପରେ ପ୍ରଥମେ ୧୯୮୨ ମସିହାରେ ୭ମ ଏକଜିକ୍ୟୁଟିଭ୍ ଟ୍ରେନିଂ ଭାବେ ଏନ୍.ଟି.ପି.ସିରେ ଯୋଗ ଦେଇଥିଲେ ।
ସେ ପ୍ରଥମେ ତେଲେଙ୍ଗାନାର ରାମଗୁଣ୍ଡମ୍ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଦୀର୍ଘ ୩୬ ବର୍ଷ କାଳ ଏନ୍ଟିପିସିର ବିଭିନ୍ନ ପ୍ରକଳ୍ପରେ ସଫଳତାର ସହ କାର୍ଯ୍ୟ ନିର୍ବାହ କରି ଆସିଛନ୍ତି । ସେ ଗଡୱାର ଏବଂ ଦରଲିପାଲି ପାୱାର ଷ୍ଟେସନର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଥିଲେ । ଏହା ସହିତ ଏନ୍ଟିପିସିର ବିଭିନ୍ନ ବିଭାଗରେ ମଧ୍ୟ ସେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରି ଆସିଛନ୍ତି ।

error: Thank You Keep Visiting