ଆରବିଆଇ ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର, ବଢ଼ିଲା ପିଏସ୍‌ଏଲ୍‌ ଋଣ ସୀମା

Straight to the Point

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମଙ୍ଗଳବାର କହିଛି, ୪୫ ଲକ୍ଷରୁ କମ୍‌ ଟଙ୍କା ବିନିଯୋଗରେ ନିର୍ମିତ ଘର ଉପରେ ୩୫ ଲକ୍ଷ ପର୍ଯ୍ୟନ୍ତ ହୋମ ଲୋନକୁ ପ୍ରାଇରିଟି ସେକ୍ଟର ଲେଣ୍ଡିଙ୍ଗ (ପିଏସ୍‌ଏଲ୍‌) ଭାବରେ ନିଆଯିବ। ଏହା ଦ୍ୱାରା କମ୍‌ ଟଙ୍କାରେ ଘର ନିର୍ମାଣ କରୁଥିବା ଲୋକଙ୍କୁ ଲାଭ ମିଳିବ। ଆରବିଆଇ ନିଜର ନୂଆଁ ବିଜ୍ଞାପନରେ କହିଛି, କମ୍‌ ଟଙ୍କାରେ ନିର୍ମାଣ କରାଯାଉଥିବା ଘରକୁ ସାହାଯ୍ୟ ଦେବା ପାଇଁ, କମ ରୋଜଗାର କରୁଥିବା ଲୋକଙ୍କ ଘରର ସ୍ୱପ୍ନ ପୂରଣ କରିବା ପାଇଁ ଓ ପିଏସ୍‌ଏଲ୍‌ ନିୟମକୁ ସହଜ କରିବା ପାଇଁ ଏହି ଉଦ୍ୟମ କରାଯାଇଛି। ମହାନଗରରେ ଏହି ସୀମା ୩୫ ଲକ୍ଷ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଅନ୍ୟ ସ୍ଥାନରେ ୨୫ ଲକ୍ଷ ହେବ। 

ଏଥିରେ ସର୍ତ୍ତ ରଖାଯାଇଛି ଯେ, ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହରରେ ନିର୍ମାଣ ୪୫ ଲକ୍ଷ ଓ ଅନ୍ୟ ସ୍ଥାନରେ ୩୦ ଲକ୍ଷରୁ ଅଧିକ ନହେବା ଦରକାର। ବର୍ତ୍ତମାନ ଏହି ଲୋନ ସହରାଞ୍ଚଳ ପାଇଁ ୨୮ ଲକ୍ଷ ଟଙ୍କା ଥିବା ବେଳେ ଅନ୍ୟସ୍ଥାନ ପାଇଁ ୨୦ ଲକ୍ଷ ଟଙ୍କା ଦିଆଯାଉଛି।

ଆରବିଆଇର ବିଜ୍ଞାପନରେ ଆଗକୁ କୁହାଯାଇଛି ଯେ, ଆର୍ଥିକ ରୂପରେ ଅନଗ୍ରସର ବର୍ଗ (ଇଡବ୍ଲୁଏସ)କୁ ହାଉସିଂ ପ୍ରୋଜେକ୍ଟକୁ ଲାଭ ଦେବା ପାଇଁ ବାର୍ଷିକ ଆୟର ସୀମା ୨ ଲକ୍ଷ ବଢ଼ି ୩ ଲକ୍ଷ କରାଯିବ। ଏହା ସହିତ କମ୍‌ ଆୟ ଗ୍ରୁପ(ଏଲ୍‌ଆଇଜି) ପାଇଁ ଆୟର ସୀମା ୩ ଲକ୍ଷ ବାର୍ଷିକ ବଢ଼ାଇ ୬ ଲକ୍ଷ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ପ୍ରସ୍ତୁତ ହୋଇଥିବା ନିୟମକୁ ମଧ୍ୟ ଏଥିରେ ସାମିଲ କରାଯିବ।

error: Thank You Keep Visiting