ଭୋଡାଫୋନ ଗ୍ରାହାକଙ୍କ ପାଇଁ ୧୦୦% କ୍ୟାସବ୍ୟାକ ଅଫର

An Independent Media

ବଜାରକୁ ୧୦୦% କ୍ୟାସବ୍ୟାକ ଅଫର ଆଣିଛି ଭୋଡାଫୋନ । ନିଜ ପ୍ରିପେଡ ଗ୍ରାହକଙ୍କ ଭଲ ସୁବିଧା ଦେବା ପାଇଁ ଏହି ବିଶେଷ ପ୍ଲାନ ଆଣିଛି ଭୋଡାଫୋନ । ଏମିତିରେ ଏବେ ଭୋଡାଫୋନର ଗ୍ରାହକ ମାଗଣାରେ କଲିଙ୍ଗ ଓ ଇଣ୍ଟରନେଟର ବ୍ୟବହାର କରିପାରିବେ । ବିଗତ ଦିନ ମାନଙ୍କରେ ଟେଲିକମ୍ କମ୍ପାନୀ ଆଇଡିଆ ସହିତ ସହଭାଗିତାରେ ଭୋଡାଫୋନ୍ ନିଜ ଗ୍ରାହକଙ୍କ ପାଇଁ ୩ଟି ଆକର୍ଷଣୀୟ ଅଫର୍ ଆଣିଥିଲା । କମ୍ପାନୀ ଲଞ୍ଚ କରିଥିବା ୩୯୯ ଟଙ୍କା, ୪୫୮ ଟଙ୍କା ଓ ୫୦୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୪ ଜିବି ଡାଟା ୩ଜି/୪ଜି ଡାଟା ମିଳିବ । ଏହା ସହିତ ଅନଲିମିଟେଡ୍ ଲୋକାଲ ନ୍ୟାସନାଲ କଲିଙ୍ଗ, ପ୍ରତିଦିନ ୧୦୦ଟି ମେସେଜ୍ ମିଳିବ, କିନ୍ତୁ ଏ ସମସ୍ତଙ୍କ ଭାଲିଡିଟି ଭିନ୍ନ ଭିନ୍ନ ପ୍ରକାରର ଯଥା ୩୯୯ ଟଙ୍କିଆ ପ୍ଲାନ ୭୦ ଦିନ, ୪୫୮ପ୍ଲାନ ୮୪ ଦିନ ଓ ୫୦୯ ଟଙ୍କିଆର ୯୦ ଦିନ ପର୍ଯ୍ୟନ୍ତ ବୈଧତା ରହିବ । ୧୦୦% କ୍ୟାସବ୍ୟାକର ଫାଇଦା ନେବା ପାଇଁ “ମାଇ ଭୋଡାଫୋନ୍’ ଆପ୍ ଜରିଆରେ ରିଚାର୍ଜ କରିବାକୁ ପଡିବ, କିନ୍ତୁ ଏହି କ୍ୟାସବ୍ୟାକ ଏକ ସଙ୍ଗରେ ମିଳିବନି । ଏହା ଆପଣଙ୍କୁ ୫୦ ଟଙ୍କାର କୁପନ ଭାଉଚର ଭାବେ ମିଳିବ । ଭୋଡାଫୋନରେ ମିଳୁଥିବା ଏହି କୁପନ ଭାଉଚରକୁ ଅନ୍ୟ ରିଚାର୍ଜରେ ବ୍ୟବହାର କରିପାରିବେ ।

error: Thank You Keep Visiting