ଜାଗୁଆର ଲ୍ୟାଣ୍ଡ୍ ରୋଭର ପକ୍ଷରୁ ଜାଗୁଆର-ଏକ୍ସଜେ-୫୦ର ବଜାର ପ୍ରବେଶ

Straight to the Point

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ୫୦ ବର୍ଷ ପୂର୍ତି ଉପଲକ୍ଷେ ଜାଗୁଆର-ଏକ୍ସଜେ-୫୦ର ବଜାର ପ୍ରବେଶ କରାଯାଇଛି । ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, “ଜାଗୁଆର ଲ୍ୟାଣ୍ଡ ରୋଭରର ଜାଗୁଆର-ଏକ୍ସଜେ-୫୦ ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ । ଏହା ବିଶ୍ୱର ଷ୍ଟାଇଲିସ୍ ସ୍ପୋର୍ଟିଂ ସାଲୁନ୍ ସାବ୍ୟସ୍ତ ହେବ ।”

ଜାଗୁଆର-ଏକ୍ସଜେ-୫୦ରେ ହ୍ୱିଲ୍ ବେସ୍ ୩.୦, ୨୨୫କେଡବ୍ଲ୍ୟୁ ଡିଜେଲ୍ ପାୱାର, ନୂଆ ୪୮.୨ ସେମି ହ୍ୱିଲ୍, କ୍ରୋମ୍ ରେଡିଏଟର ଗ୍ରିଲ. ଲକ୍ସରି କ୍ୟାବିନ୍, ସଫ୍ଟ-ଗ୍ରେନ୍ ଡାଇମଣ୍ଡ୍ ସିଟ୍, ଗିୟର ସିଫ୍ଟ୍ ପେଡାଲ, ବ୍ରାଇଟ୍ ମେଟାଲ ପେଡାଲ ଆଦି ବୈଶିଷ୍ଟ୍ୟ ରହିଛି ।

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୩୯.୭୩ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ ମୂଲ୍ୟ ୪୯.୫୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସ୍ ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୦୨.୫୮ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କମଲ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ସୁରାଟ, ବିଜୟୱାଡା ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।

error: Thank You Keep Visiting