ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି “ଆଇ ଟଚ୍ ଷ୍ଟାର୍ଟ” ଓଡ଼ିଶାରେ ଉନ୍ମୋଚିତ

Straight to the Point

ଭୁବନେଶ୍ୱର : ଅଗ୍ରଣୀ ଦୁଇ ଚକିଆ ଓ ତିନି ଚକିଆ ଯାନ ନିର୍ମାତା, ଟିଭିଏସ୍ ମୋଟର କଂପାନି ପକ୍ଷରୁ ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି “ଆଇ ଟଚ୍ ଷ୍ଟାର୍ଟ” ଓଡ଼ିଶାରେ ଉନ୍ମୋଚିତ ହୋଇଛି । ଏହି ଗାଡ଼ି ଅଭିନବ ଇଲେକ୍ଟ୍ରିକ୍ ଷ୍ଟାର୍ଟ ପ୍ରଯୁକ୍ତି “ଆଇ- ଟଚ୍ ଷ୍ଟାର୍ଟ” ଆସିଛି ଯାହା ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ ସମନ୍ୱିତ ହୋଇଛି ।

ହାଇ ସ୍ପାର୍କ ଶକ୍ତି ଇଂଜିନ୍ ଥିବା ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ ଟଚ୍ ଷ୍ଟାର୍ଟ ଶ୍ରେଷ୍ଠ ପିକ୍ ଅପ୍ ଓ ସୁଦୃଢ଼ ପ୍ରଦର୍ଶନ ପ୍ରଦାନ କରୁଛି । ଏଥିରେ ରହିଛି ବିଏସ୍-୪ ନିୟମ ପାଳନ କରୁଥିବା ୯୯.୭ ସିସି ଫୋର୍ ଷ୍ଟ୍ରୋକ୍ ଇଂଜିନ୍ ଯାହା ସର୍ବାଧିକ ୬୦୦୦ ଆର୍ପିଏମ୍ ୩.୨୦କେଡବ୍ଲ୍ୟୁ ଶକ୍ତି ଓ ୩୫୦୦ ଆରପିଏମ୍ରେ ୬.୫ ଏନ୍ଏମ୍ ଟର୍କ ସୃଷ୍ଟି କରୁଛି ।

ଏହି ଅବସରରେ ଏସ୍ ବୈଦ୍ୟନାଥନ, ଉପସଭାପତି-ୟୁଟିଲିଟି ଉତ୍ପାଦ, ଟିଭିଏସ୍ ମୋଟର କଂପାନି କହିଛନ୍ତି ଯେ, “ଟିଭିଏସ୍ ଏକ୍ସଏଲ୍ ୧୦୦ ବ୍ରାଣ୍ଡ୍ ସବୁ ବେଳେ ଗ୍ରାହକଙ୍କୁ ବିବିଧ କାର୍ଯ୍ୟ, ଦୀର୍ଘସ୍ଥାୟିତ୍ୱ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିଥାଏ । ଟିଭିଏସ୍ ଏକ୍ସଏଲ୍ ୧୦୦ ପୋର୍ଟଫୋଲିଓରେ ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ-ଟଚ୍ ଷ୍ଟାର୍ଟ ଏକ ନୂତନ ଯୋଗଦାନ ଓ ଆମର ଗ୍ରାହକ କୈନ୍ଦ୍ରୀକତାର ପ୍ରତିଫଳନ । ଏହି ଗାଡ଼ିର ଭଲ ଗୁଣ (ୟୁଏସ୍ପି) ହେଉଛି ଏହା ୩୦% କମ୍ ବ୍ୟାଟେରି ଶକ୍ତି ବ୍ୟବହାର କରିବ, ତକ୍ରାଳ ଷ୍ଟାର୍ଟ ବ୍ୟବସ୍ଥାକୁ ବଢ଼ାଇବ ଓ କମ୍ ରକ୍ଷଣାବେକ୍ଷଣ ଖର୍ଚର ପ୍ରତିଶ୍ରୁତି ଦେଉଛି । ସହଜର ବ୍ୟବହାର ଯୋଗ୍ୟ ଭଳି ଏହାକୁ ଡିଜାଇ୍ କରାଯାଇଛି ଓ ଚାଳକଙ୍କ ନିତିଦିନିଆ କାମକୁ ସହଜ କରିବାରେ ଏହା ସହାୟକ ହେବ ।’’

ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ-ଟଚ୍ ଷ୍ଟାର୍ଟରେ ଏକ ୟୁଏସ୍ବି ମୋବାଇଲ୍ ଚାର୍ଜ ସୁବିଧା ରହିଥିବା ବେଳେ ଏହାର ପଛ ସିଟ୍କୁ ଖୋଲି ବାହାର କରିହେବ ଏବଂ ଏଥିରେ ହେଭି ଡ୍ୟୁଟି ଡ୍ୟୁରା ଗ୍ରିପ୍ ଟାୟାର ମଧ୍ୟ ରହିଛି । ଟିଭିଏସ୍ ଏକ୍ସଏଲ୍ ହେଭି ଡ୍ୟୁଟି ଆଇ-ଟଚ୍ ଷ୍ଟାର୍ଟ ଏହାର ଷ୍ଟ୍ରାଇକିଂ ଗ୍ରାଫିକ୍ସ ଓ ଆକର୍ଷଣୀୟ ଏଲ୍ଇଡି ଡେ’ ଟାଇମ୍ ରନିଂ ଲ୍ୟାମ୍ପ (ଡିଆର୍ଏଲ୍) ସହିତ ଷ୍ଟାଇଲିସ୍ ହୋଇଥିବା ବେଳେ ଏଥିରେ “ହେଭି ଡ୍ୟୁଟି”ର ଏକ ଜୀବନ୍ତ ଲୋଗୋ ରହିଛି ।

ଏହି ଗାଡ଼ିଟି ବିଭିନ୍ନ ରଙ୍ଗ-ସବୁଜ, ଲାଲ, ଟି. ଗ୍ରେ,କଳା, ନୀଳ ଓ କପର୍ ସାଇନ୍ରେ ଉପଲବ୍ଧ ହେଉଥିବା ବେଳେ ମିନେରାଲ୍ ପର୍ପଲ୍ ନାମକ ଏକ ନୂତନ ରଙ୍ଗ ମଧ୍ୟ ସାମିଲ କରାଯାଇଛି ।
ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ-ଟଚ୍ ଷ୍ଟାର୍ଟଞ୍ଚର ମୂଲ୍ୟ ଓଡ଼ିଶାରେ ୩୬,୯୧୩ ଟଙ୍କା (ଏକ୍ସ ସୋ’ରୁମ୍) ରହିଛି ।

error: Thank You Keep Visiting